ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ କରୋନା ମହାମାରୀ ର ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ

(ଜେ ବି ଏନ /ସୁଶାନ୍ତ କୁମାର) ୧୫/୦୧ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ କରୋନା ମହାମାରୀ ର ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକର୍ମ ଜିଲ୍ଲାପାଳ ଶ୍ରୀ ଭୂମେଷ କୁମାର ବେହେରା ଉପସ୍ଥିତ ରହି ଶୁଭାରମ୍ବ କରିଥିଲେ। ଟୀକାକରଣ ପାଇଁ ପ୍ରଥମେ ପ୍ରାଧାନ୍ୟ ଦେଇଛନ୍ତି ସଫେଇ କର୍ମଚାରୀ ଙ୍କୁ ପରବର୍ତ୍ତୀ ସମୟରେ ଷ୍ଟାଫନର୍ସ ଓ ଡାକ୍ତର ଙ୍କୁ ଟୀକାକରଣ କରାଯିବା ର କାର୍ଯ୍ୟକ୍ରମ ରହିଛି ଏହା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ଭୂମେଷ କୁମାର ବେହେରା ।ସମୁଦାୟ ପ୍ରଥମ ଦିନରେ ୨୨୨ ଜଣ କରୋନା ଯୋଦ୍ଧା ଙ୍କୁ ଟୀକାକରଣ କରାଯାଇଥିବା ସୂଚନା ମିଳିଛି।




