ବିଧବା ମହିଳାଙ୍କୁ ଜାଗାରୁ ହଟେଇବା ପାଇଁ ଦେଢଶୁରର କୁ ଚକ୍ରାନ୍ତ ଓ ନିର୍ଯ୍ୟାତନା

ଜେ ବି ଏନ, ୧୯/୦୧/୨୦୨୧, (ରିପୋର୍ଟ, ବ୍ୟୁରୋ JRP) ଜଗତସିଂହପୁର : ସାନ ଭାଇର ମୃତ୍ୟୁ ପରେ ସମ୍ପତ୍ତି ହଡଫ କରିବା ପାଇଁ ସାନ ବୋହୁଙ୍କୁ ଅଶୀଳ ଇଙ୍ଗିତ କରୁଛନ୍ତି ଦେଢଶୁର…ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ପଞ୍ଚାୟତ କାବଲ ପୁର ଗ୍ରାମ ୧୫ ନଂ ୱାଡ଼ର ବିଧବା ମହିଳା ସରୋଜିନୀ ସ୍ବାଇଁ…ସୂଚନା ମୁତାବକ କାବଲ ପୁର ଗ୍ରାମର ନିର ସ୍ବାଇଁଙ୍କ ସାନ ପୁଅ ଉମେଶ ସ୍ଵାଇଁ ଦୀର୍ଘ ଚାରୀ ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପତ୍ନୀ ସରୋଜିନୀ ସ୍ଵାଇଁଙ୍କୁ ଜାଗାରୁ ହଟେଇ ସମ୍ପତ୍ତି ହଡଫ କରିବା ପାଇଁ ଶାଶୁ ଘର ପକ୍ଷରୁ ଦେଢଶୁର ରମେଶ ଚନ୍ଦ୍ର ସ୍ୱାଇଁ ଚକ୍ରାନ୍ତ କରୁଥିବା ଜଣାପଡ଼ିଛି…ତେବେ ମୃତ ଉମେଶଙ୍କ ପତ୍ନୀ ସରୋଜିନୀ ଘଟଣା ସମ୍ପର୍କରେ ଗ୍ରାମର ମୁରବୀ, ଏବଂ ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାୟୀ ସମାଧାନ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଉମେଶଙ୍କ ବଡ଼ ଭାଇ ବା ସରୋଜିନୀଙ୍କ ଦେଢଶୁର ରମେଶ କୌଣସି କଥା ମାନିବା ପାଇଁ ପ୍ରସ୍ତୁତ ନଥିବା କହିଛନ୍ତି କାବଲ ପୁର ଗ୍ରାମର ମୁରବୀ।
ଅନ୍ୟପଟେ ମୃତ ଉମେଶଙ୍କ ପତ୍ନୀ ସରୋଜିନୀଙ୍କ ଅଭିଯୋଗ ଅନୁଯାୟୀ ଶାଶୁ କମଳାସ୍ୱାଇଁ ,ଶଶୁର ନିର ସ୍ୱାଇଁ, ଦେଢଶୁର ରମେଶ ସ୍ୱାଇଁ, ଓ ଯା ସୀମା ପାତ୍ର,ହଇରାଣ ହରକତ କରିବା ସହ ଦେଢଶୁର ରମେଶ ସ୍ୱାଇଁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଛନ୍ତି…ତାଙ୍କ କଥାରେ ରାଜି ନ ହେବାରୁ ଘର ପାଖ ପଡ଼ୋଶୀଙ୍କ ଦ୍ଵାରା ନାଳ ନାର୍ଦମାରେ ଜଳ ଆସିବା ପରି ତାଙ୍କ ବାଡିକୁ ଜଳ ଢାଳିବା ଓ ରହୁଥିବା ଜାଗାକୁ ବିକ୍ରି କରି ତାଙ୍କୁ ତଡି ଦେବା ପାଇଁ କୁ ଚକ୍ରାନ୍ତ କରିବା ସହ ଶଶୁରଙ୍କୁ ହାତ କରି ୩୨ଗୁଣ୍ଠ ଜମି ବିକ୍ରି କରିବା ଶହ ୭ଲକ୍ଷ ଟଙ୍କା ରମେଶ ଏକା ହଡପ କରିଛନ୍ତି, ଏ ବିଷୟରେ ଅନେକ ଥର ଥାନାରେ ଅଭିଯୋଗ କଲା ପରେ କିଛି ସୁଫଳ ହେଉନାହିଁ, ଯଦି ଆଗାମୀ ଦିନରେ ପୋଲିସ ପ୍ରଶାସନ ପକ୍ଷରୁ ନ୍ୟାୟ ନ ମିଳେ ତାହାଲେ ଏସ୍ପିଙ୍କ କାର୍ଯାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚେତାବନୀ l





