ବାରଣାସୀରେ କୋଭିଡ ଟୀକାକରଣର ଲାଭାର୍ଥୀ ଓ ଟୀକାପ୍ରଦାନକାରୀଙ୍କ ସହ ଆଜି 22 ଜାନୁଆରୀରେ ମତବିନିମୟ କରିବେ ପ୍ରଧାନମନ୍ତ୍ରୀ

ଜେ ବି ଏନ, ୨୨/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 22 ଜାନୁଆରୀ ଅପରାହ୍ଣ 1:15 ମିନିଟ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ଲାଭାର୍ଥୀ ଓ ଟୀକାପ୍ରଦାନକାରୀଙ୍କ ସହିତ ଆଲୋଚନା କରିବେ। ଏହି ଆଲୋଚନାରେ ଅଂଶଗ୍ରହଣକାରୀମାନେ ଟୀକାକରଣ ସମ୍ପର୍କରେ ସେମାନଙ୍କର ପ୍ରାଥମିକ ଅନୁଭୂତି ସମ୍ପର୍କରେ ମତ ରଖିବେ।
ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମକୁ ସୁଚାରରୂପେ ସମ୍ପାଦନ କରିବା ଲାଗି ପ୍ରଧାନମନ୍ତ୍ରୀ ନିୟମିତ ଭାବେ ବୈଜ୍ଞାନିକ, ରାଜନୈତିକ ନେତୃବୃନ୍ଦ, ଅଧିକାରୀ ଓ ଅନ୍ୟ ଅଂଶୀଦାରମାନଙ୍କ ସହିତ ସକ୍ରିୟ ଭାବେ ଆଲୋଚନା ଓ ମତବିନିମୟ ଜାରି ରଖିଛନ୍ତି। ଏହିକ୍ରମରେ ଉପରୋକ୍ତ ଆଲୋଚନା କରାଯିବ।



