
ନେତାଜୀ କ୍ଲବ୍ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
(ଜେ. ବି. ଏନ୍/ସୁଶାନ୍ତ କୁମାର ) ୨୩/୦୧ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନେତାଜୀ କ୍ଲବ ଆନୁକୁଲ୍ୟରେ ଢେଙ୍କାନାଳ ଜିଲ୍ଲା ଟେନିସ ବଲ ୧୬ ତାରିଖ ରୁ ଆରମ୍ଭ ହୋଇଛି। ୧୬ ଗୋଟି ଦଳ ନେଇ ଖେଳ ହୋଇଥିଲା। ଆଜି ତାରିଖ ୨୩/୦୧ /୨୦୨୧ ନେତାଜୀ ଜୟନ୍ତୀ ଉପଲକ୍ଷେ ଫାଇନାଲ ମ୍ୟାଚ ହୋଇଛି। ଏଥିରେ କ୍ଲାସିକ୍ – ୧୧ ଢେଙ୍କାନାଳ ଏବଂ ନେତାଜୀ କ୍ଲବ ଦେଉଳ ସାହି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।
ଏହି ଫାଇନାଲ୍ ମ୍ଯାଚ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସଦର୍ ବିଧାୟକ ଶ୍ରୀ ଯୁକ୍ତ ସୁଧୀର କୁମାର ସାମଲ ଯୋଗଦନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ନେତାଜୀ କ୍ଲବ୍ ର ସଭାପତି ଶ୍ରୀ ଯୁକ୍ତ ଦୀପକ କୁମାର ମିଶ୍ର, ଉପସ୍ଥିତ ଥିଲେ। ଏହି ଫାଇନାଲ୍ ମ୍ଯାଚ ରେ ନେତାଜୀ କ୍ଲବ ପ୍ରଥମେ ବେଟିଂ କରି ୧୨ ଓଭର ରେ ୯ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲେ। ଜାବାବ ରେ କ୍ଲାସିକ୍ – ୧୧ ତିନି ଗୋଟି ୱିକେଟ୍ ହରାଇ ୧୩୬ ରନ୍ କରି ବିଜୟ ହାସଲ କରିଥିଲେ। ଚାମ୍ପିଆନ୍ ଟିମ୍ କୁ ୧୦୦୦ ହଜାର ଆର୍ଥିକ ରାଶି ପ୍ରଦାନ କରିବା ସହ ଚାମ୍ପିଆନ୍ ଟ୍ରଫି ଓ ରନର୍ସ ଅଫ ଟିମ୍ କୁ ୫୦୦୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।



