ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କିଟ, କିସ ପକ୍ଷରୁ କନ୍ୟା କିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ ବି ଏନ, ୨୪/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ମାର୍କଣ୍ଡପୁର ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ କନ୍ୟା କିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଜ଼ିଲ୍ଲା ସ୍ତରୀୟ କନ୍ୟା କିରଣ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେପ୍ରଦୀପ୍ତ ପ୍ରଜ୍ଵଲନ କରି ମା ସାରଳା ଓ ପ୍ରଭୁ ଜଗତ୍ନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଉଦଘାଟନ କରିଥିଲେ ! ଜ଼ିଲ୍ଲା ସ୍ତରୀୟ କନ୍ୟା କିରଣ କାର୍ଯ୍ୟକ୍ରମ ର ସଂଯୋଜକ ବରିଷ୍ଟ ସମାଜସେବୀ ତଥା ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଧି ଭାବେ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ! ରଘୁନାଥପୁର ବ୍ଲକ ଅଧକ୍ଷା ସ୍ବପ୍ନ ସରିତା ବଳ ! ସମାଜସେବୀ ମାଳା ପ୍ରଧାନ ! ଆଇନୀଜୀବୀ ଦୋଳଗୋବିନ୍ଦ ଦାଶ ! କିଟ, କିସ ର କ୍ରୀଡା ନିର୍ଦେଶକ ଗଗନେଦୁ ଦାଶ ! ପ୍ରମୁଖ ଯୋଗଦେଇଥିଲେ ! ପ୍ରାରମ୍ଭରେ ଆଶିଷ ଚକ୍ରବତୀ ଅତିଧି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ! ଏହି ଅବସରରେ ମଞ୍ଚାସିନ ସମସ୍ତ ଅତିଧି କୁ କିଟ, କିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଶେଷରେ ସମାଜସେବୀ ମାଳା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ବହୁ ସଂଖ୍ୟା ରେ ଯୋଗଦେଇଥିଲେ !




