ସାଧାରଣତନ୍ତ୍ର ଦିବସ ରେ ଵର୍ଯ୍ୟ ବସ୍ତୁ ପରିଚାଳନା କର୍ମଚାରୀ ଙ୍କୁ ଅଣଦେଖା

ଜେ ବି ଏନ, ୨୬/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ରେ 72 ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ! ଜ଼ିଲ୍ଲା ମୁଖ୍ୟ ଚିକିତ୍ସlଅଧିକାରିଣୀ ଡାକ୍ତର ବିଜୟା ପଣ୍ଡା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ କରିଥିଲେ, ! ଏହି ଅବସରରେ ମହାମାରୀ କରୋନା ସମୟରେ ସମସ୍ତ କର୍ମ ଚାରୀ ମାନେ ନିଜ ଜୀବନକୁ ବାଜି ଲଗେଇ କରୋନା ମୁକାବିଲା କରିଥିବାରୁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଯୋଦ୍ଧା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ କୋଭିଡି ଯୋଦ୍ଧା ବର୍ଜ୍ୟ ବସ୍ତୁ ପରିଚାଳନା କର୍ମଚାରୀ ଙ୍କୁ ଅଣଦେଖା କରାଯାଇଛି. କାରଣ ବିଗତ ଦିନରେ ଜିଲାରେ ଥିବା କୋଭିଡି ହସ୍ପିଟାଲ, କୋଭିଡି କେୟାର ସେଣ୍ଟର, କୋଭିଡି ଟ୍ରେଡ଼ ସେଣ୍ଟର, ସ୍ୱାବ କଲେକ୍ସନ ସେଣ୍ଟର, ଆଶୋଲେସନ ୱାର୍ଡ, ପ୍ରତେକ ଦିନ 200ରୁ ଉର୍ଦ୍ଧ କୋଭିଡି ୱେଷ୍ଟ ପ୍ୟାକେଟ ଜଗତସିଂହପୁର ମୁଖ୍ୟ ଚିତ୍ସଯଳଯ କୁ ଆସେ ଯୋଉ ବର୍ଜ୍ୟ ବସୁ ବିଭାଗ ର କର୍ମ ଚାରୀ ମାନେ ତାଙ୍କ ଜୀବନକୁ ବାଜି ଲଗେଇ କୋଭିଡି ୱେଷ୍ଟ କୁ ଟ୍ରିଟମେଣ୍ଟ, ଡିସପୋଜେ ଅତି ସାଵଧାନ ସହିତ ପରିଚାଳନା କରିଛନ୍ତି ଉକ୍ତ କର୍ମ ଚାରୀ ମାନଂକୁ ଜିଲ୍ଲାମୁଖ୍ୟ ଚିକିସୟା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଅଣଦେଖା କରୁଛନ୍ତି.ଏହା ତେଣୁ ତେଲିଆ ମୁଣ୍ଡରେ ତେଲ ସଦୃଶ ବୋଲି ଅଭିଯୋଗ ହୋଇଛି , ପ୍ରକୃତ କୋଭିଡି ଯୋଦ୍ଧା କୁ ଅଣଦେଖା କରାଯାଉଛି. ଏଥି ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି !




