
ମହିଳା ସହ ଦୁଇ କନ୍ୟା ସନ୍ତାନଙ୍କୁ ଥଇଥାନ
( ଜେ. ବି ଏନ /ବିନୋଦ କୁମାର) ୨୭/୦୧ /୨୦୨୧ ଢେଙ୍କାନାଳ : ମହିଳା ଲିଖିତଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ଜଣାଇଥିଲେକି ତାଙ୍କ ସ୍ଵାମୀ ୩ ବର୍ଷ ହେଲା ଛାଡିଦେଇଛନ୍ତି । ତାଙ୍କ ପାଖରେ ରହିବାର ଏବଂ ଖାଇବାର କୌଣସି ପ୍ରକାରର ସୁବିଧା ନାହିଁ । ଏହି ଅଭିଯୋଗ ଶୁଣି ସଙ୍ଗେସଙ୍ଗେ ଶ୍ରୀ ସୁକାନ୍ତ କିଶୋର ଜେନା , ସଚିବ , ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ , ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ , ଶ୍ରୀ ଶରତ କୁମାର ଦେହୁରୀଙ୍କ ସହିତ ଆଲୋଚନା କରି ସଙ୍ଗେସଙ୍ଗେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେକି ମହିଳା ଏବଂ ତାଙ୍କ ଦୁଇ କନ୍ୟା ସନ୍ତାନଙ୍କୁ ଉଦ୍ଧାରକରି ଥଇଥାନ କରିବାପାଇଁ । ସର୍ବପରେ ଉକ୍ତ ମାହିଳା ଏବଂ ତାଙ୍କ ଦୁଇ କନ୍ୟା ସନ୍ତାନଙ୍କୁ ଆଶ୍ରୟ ସ୍ଥଳରେ ଥଇଥାନ କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉପରୋକ୍ତ ମହାନ କାର୍ଯ୍ୟକୁ ଘଟଣା ସ୍ଥଳରେ ଉପସ୍ଥିତ ଥିବାବ୍ୟକ୍ତିମାନେ ଉଚ୍ଚ ପ୍ରଶସାକରି ମହିଳା ଏବଂ ତାଙ୍କର ଦୁଇ କନ୍ୟା ସନ୍ତାନ ପୁର୍ବଜନ୍ମ ପାଇଲାବୋଲି କହିଥିଲେ ।



