
ଛାତ୍ର ବିଜେଡ଼ି ପକ୍ଷରୁ ବ୍ଲକ ଏବଂ ମୁନିସିପାଲିଟି ର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା : ବିରମିତ୍ରପୁର
(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୨୭/୦୧ /୨୦୨୧ ସୁନ୍ଦରଗଡ଼ /ବିରମିତ୍ରପୁର : ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ ଙ୍କଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ରାଉରକେଲା ସାଙ୍ଗଠନିକ ଜିଲ୍ଲା ବିଜୁ ଜନତା ଦଳର ର ସଭାପତି ଶ୍ରୀ ସାରଦା ପ୍ରସାଦ ନାୟକ ଓ ବୀରମିତ୍ରପୁର ବିଧାୟକ ପାର୍ଥୀ ମକ୍ଲୁ ଏକ୍କା, ରାଜ୍ୟ ଯୁଗ୍ମ ସମ୍ପାଦକ ହିମାଂଶୁ ପଣ୍ଡା ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ସିଂ ଙ୍କ ଅଧ୍ୟକ୍ଷତାରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ ଏବଂ ମୁନିସିପାଲିଟି ର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି କମିଟିରେ ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି।

ଏହା ସହିତ ନୂତନ ଛାତ୍ର କମିଟିରେ ସଭାପତି ୪ଜଣ ଙ୍କ ସମେତ ଉପସଭାପତି ୧୧ ଜଣ , ସାଧାରଣ ସମ୍ପାଦକ ୧୬ ଜଣ, ସମ୍ପାଦକ ୨୦ଜଣ , ସାମାଜିକ ଗଣମାଧ୍ୟମ ସଂଯୋଜକ ୮ ଜଣ ଭାବେ ନିଯୁକ୍ତ କରାଯାଇଛି ଏହି ସୂଚନା ଛାତ୍ର ବିଜେଡ଼ି ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ତାପସ ଘୋସାଲ୍ ସୂଚନା ଦେଇଛନ୍ତି। ଏହି ନୂତନ କମିଟି ଫଳରେ ଛାତ୍ର ସମାଜର ରାଜନୈତିକ କ୍ରିୟାଶୀଳତାରେ ବିଶେଷ ଯୋଗଦାନ ହୋଇପାରିବ ଏବଂ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳକୁ ଆହୁରି ଶକ୍ତିଶାଳୀ କରିପାରିବ l



