
ପ୍ରସାଶନିକ କରୋନା କଟକଣା ପାଇଁ ଢୋଲ ମହୁରୀରେ ମା ଲଙ୍ଗବାଉତୀ ଙ୍କ ଯାତ୍ରା
(ଜେ ବି ଏନ /ସୁବ୍ରତ କୁମାର) ୨୮/୦୧/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ବୁଢ଼ାପଙ୍କ ଗ୍ରାମରେ ଆଜି ପୌଷ ପୂର୍ଣ୍ଣିମାରେ ମା ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ପ୍ରସାଶନିକ କୋଭିଡ଼ କଟକଣା ପାଇଁ ଢୋଲ ମହୁରୀରେ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଆଜି ସକାଳେ ଗ୍ରାମର ଦିଅ ଘରେ ଯଥା ରୀତିନୀତିରେ ପୂଜା ଅର୍ଚ୍ଚନା କରାଯାଇ ଏକ ଆଜ୍ଞା ମାଳ ଢୋଲ ମହୁରୀରେ ଶୋଭା ଯାତ୍ରା ବାହାରିଥିଲା। ଶୋଭା ଯାତ୍ରାକୁ ଗ୍ରାମବାସୀ ମାନେ ଘର ସମ୍ମୁଖରେ ରଙ୍ଗ ବେରଙ୍ଗର ଝୋଟି ଚିତା ଆଙ୍କି ଧୂପ ଦୀପ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଚଳିତ ବର୍ଷ ସରକାରଙ୍କ କୋଭିଡ଼ କଟକଣା ପାଇଁ ଢୋଲ ମହୁରୀରେ ଶୋଭା ଯାତ୍ରା ସମ୍ପନ୍ନ ହୋଇଥିଲା। ଲଙ୍ଗ ବାଉତୀଙ୍କ ପୀଠ ସ୍ଥଳୀରେ ଶୋଭା ଯାତ୍ରା ପହଞ୍ଚିବା ପରେ ମାଆଙ୍କର ମାଜଣାକାର୍ଯ୍ୟ ଆରମ୍ଭ ହୋଇଥିଲା ଯଥା ରୀତିନୀତିରେ। ମାଜଣା ପରେ ପଡ଼ିଥବାମାନସିକ ପୂରଣ ପାଇଁ ଅଧିଆ ପଡ଼ିଥବା ଭକ୍ତ ମାନେ ପାଦୁକା ପାଇ ନିଜର ବ୍ରତ ପାଳନ କରିଥିଲେ। ଯେଉଁ ଛୋଟ ଶିଶୁ ମାନେ ପ୍ରଥମ ବାଳ ପକାଇବା ପାଇଁ ବ୍ରତ ରଖିଥିଲେ ସେମାନଙ୍କ ମୁଣ୍ଡନ କରାଯାଇଥିଲା। ଗ୍ରାମବାସୀ ମାନେ ଦର୍ଶନ କରି ପାଦୁକା ପାଇ ଉପବାସ ବ୍ରତ ଶେଷ କରିଥିଲେ।ପୂଜାରୀ ନାରାୟଣ ବେହେରା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜା କମିଟି କୋଭିଡ଼ କଟକଣା ର ସଚେତନତା ହେଉଥିଲେ ମଧ୍ୟ ବହୁତ ଲୋକ ସମାଗମ ହୋଇଥିଲା ଯେଉଁଥିରେ ସମସ୍ତ କଟକଣା ଭୁଲି ଯାଇଥିଲେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରାହୀନଥିଲା। ଯାତ୍ରା କାର୍ଯ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।



