ଆଜିଠାରୁ ସଂସଦର ବଜେଟ ଅଧୂବେଶନ

ଜେ ବି ଏନ, ୨୯/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ଠାରୁ ସଂସଦର ବଜେଟ ଅଧବେଶନ ଆରମ୍ଭ ହେବ। ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଗୃହର ମିଳିତ ଅଧୂଶନରେ ସମ୍ବୋଧନ କରିଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୬ଟି ବିରୋଧୀ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ତିନିଟି କୃଷି ବିଲ୍ ଜୋରଜବରଦସ୍ତ ଏବଂ ବିରୋଧୀଙ୍କ ସହ ଆଲୋଚନା ନକରି ପାରିତ କରାଯାଇଥିବା କାରଣରୁ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତି ସୁବ୍ରମଣିଅନ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟକୁ ସଂସଦରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବଜେଟ ସେସନ୍ ରେ ନିଜର ମନ୍ତବ୍ୟ ଦେଇଥିଲେ l



