ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ରକାରର ଟୀକା ଦୁଇଟି ଡୋଜ୍ ରେ ନେବେ : ସରକାର

ଜେ ବି ଏନ, ୧୫/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ଓଡିଶା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ ହଜାର ୫୫୫ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଟୀକାକରଣ ପାଇଁ ୪ ଲକ୍ଷ ୮ ହଜାର କୋଭିସିଲ୍ଡ ଟୀକା ଓ ୨୦ହଜାର କୋଭାକ୍ସିନ୍ ଟୀକା ପହଁଚିଛି l
ସେହିପରି ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ରକାରର ଟୀକା (କୋଭିସିଲ୍ଡ ଅଥବା କୋଭାକ୍ସିନ୍) ଦୁଇଟି ଡୋଜରେ ନେଇ ପାରିବେ। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l



