ଅମିୟ ଙ୍କ ଦେହାନ୍ତ

ବ୍ରହ୍ମପୁର( ୨୬.୦୨.୨୦୨୧) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ଭାଲିଆଝର ଗ୍ରାମର ସ୍ଵର୍ଗତ ଶିକ୍ଷକ ଅଭିମନ୍ୟୁ ବାରିକ ଙ୍କ ପୁତ୍ର ଅମିୟ କୁମାର ବାରିକ ( ୩୧) ବର୍ଷ ବୟସରେ ଆଜି ମୃତ୍ୟୁବରଣ କରିଛନ୍ତି । ଗତ କିଛିଦିନ ହେଲା ତାଙ୍କର ଦେହ ଅସୁସ୍ଥ ଥିଲା। ଆଗରୁ ତାଙ୍କ ପିତା ମାତା ଙ୍କ ଦେହାନ୍ତ ହୋଇଯାଇଛି । ଘରେ ତାଙ୍କର ପତ୍ନୀ ଏବଂ ଗୋଟେ ଛୋଟ ପୁଅ ଟିଏ ଅଛନ୍ତି । ଶେଷକୃତ୍ୟ ନିଜ ଗାଁ ରେ ସମ୍ପନ୍ନ ହୋଇଛି । ତାଙ୍କ ଦେହାନ୍ତ ରେ ତାଙ୍କ ସାଙ୍ଗ ସାଥି ମାନଙ୍କ ଗହଣରେ ଶୋକ ର ଛାୟା ଖେଳିଯାଇଛି ।



