ଅଙ୍ଗାରବନ୍ଧ ମହିମା ଟୁଙ୍ଗିରେ ୧୫୮ ତମ ମାଘମେଳା ଉତ୍ସବ ଅନୁଷ୍ଠିତ

ଜେ ବି ଏନ୍୨୬/୦୨/୨୦୨୧,ରିପୋର୍ଟ ଚୈତନ୍ୟ ସାହୁ) ଅନୁଗୋଳ : ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ମହିମା ଟୁଙ୍ଗିରେ ୧୫୮ତମ ମାଘମେଳା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ କରୋନା କଟକଣା ସହ ଶାନ୍ତି ଶୃଙ୍ଖଳାର ସହିତ ମାଘ ମେଳା ଉତ୍ସବ ପାଳିତ ହେଉଛି। ଏହି ମେଳା ଅଙ୍ଗାରବନ୍ଧ ଟୁଙ୍ଗି ପଡିଆ ରେ ତିନି ଦିନ ଅନୁଷ୍ଠିତ ହେବ। ପୋଲିସ ପ୍ରଶାସନ ତରଫରୁ ସମସ୍ତ ସୁରକ୍ଷା ଦେବା ସହ ସୁରୁଖୁରୁରେ ଯାତ୍ରାକୁ ପରିଚାଳନା କରୁଛନ୍ତି। ମନ୍ଦିର ପରିଚାଳନା କମିଟି ତରଫରୁ ୩ ଦିନ ଧରି ଅନ୍ନ ପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଅଛି। କରୋନା ମହାମାରୀ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଟକଣା କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ପାଇଁ ତାଗିଦ କରାଯାଇଛି। ପ୍ରତ୍ୟେକ ବର୍ଷ ବିଭିନ୍ନ ଆଡୁ ଦର୍ଶକ ମାନଙ୍କର ଆଗମନ ଦେଖିବାକୁ ମିଳୁଥିଲା କିନ୍ତୁ ଏବର୍ଷ ଯାତ୍ରା ପଡିଆ ଖାଁ ଖାଁ ଲାଗୁଛି। ଦର୍ଶକ ମାନେ ମନଭରି ଏହି ମାଘ ମେଳକୁ ଉପଭୋଗ କରି ନପାରି ଶୂନ୍ୟ ବ୍ରହ୍ମଙ୍କୁ ଦର୍ଶନ କରି ଘରକୁ ଫେରୁଛନ୍ତି। ଏହି ଉତ୍ସବରେ ମହିମା ଧର୍ମୀ ସମସ୍ତ ଭକ୍ତ ଏବଂ ଗ୍ରାମବାସୀ ସାମିଲ ହୋଇଥିବା ବେଳେ ଅଲେଖ ମହିମା ଧ୍ୱନିରେ ସମଗ୍ର ଅଞ୍ଚଳ ଚଳ ଚଞ୍ଚଳ ହୋଇଉଠିଥିଲା। ମହିମା ଟୁଙ୍ଗିରେ ବ୍ରହ୍ମ ମୁହୂର୍ତ୍ତରେ ନୀତି, ଦିନ ବେଳା ଓ ସନ୍ଧ୍ୟା ସମୟରେ ନୀତି କାନ୍ତି ସମ୍ପର୍ଣ୍ଣ ହେଉଛି। ଟୁଙ୍ଗି ବେଢାରେ ଅଖଣ୍ଡବତୀ ସବୁବେଳେ ଲାଗୁଥିବା ବେଳେ ଝାଡବତୀ ୩ ଦିନ ଧରି ଲାଗିବ। ଅଖିଳ ବ୍ରହ୍ମାଣ୍ଡର କଲ୍ୟାଣ ନିମନ୍ତେ ଭକ୍ତ ଓ ସମସ୍ତ ଗ୍ରାମବାସୀ ମାନେ ଶୂନ୍ୟ ପ୍ରଭୁଙ୍କୁ ସମବେତ ପ୍ରାର୍ଥନା କରିଥିଲେ। ମନ୍ଦିର ର ସମସ୍ତ ନୀତିକାନ୍ତି ଓ ଯାତ୍ରାକୁ ସୁପରିଚାଳିତ କରିଥିଲେ ମନ୍ଦିର ପରିଚାଳନା କମିଟି। ଆସନ୍ତାକାଲି କୋଣାର୍କ ଭଜନ ସନ୍ଧ୍ୟା ମନ୍ଦିର ବେଢ଼ାରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି। ଏହି ମାଘ ମେଳା ଜିଲ୍ଲାପ୍ରଶାସନର ସହଯୋଗରେ ଅନୁଷ୍ଠିତ ହେଉଛି। ଗ୍ରାମ୍ୟ କମିଟି ବିଦ୍ୟାଧର ସାହୁ, ଆଞ୍ଚଳିକ କମିଟି ସଭାପତି ଲୋକନାଥ ସାହୁ, ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ବିଜ୍ଞାନୀ ବେହେରା, ଦେବରାଜ ସାହୁ, କୈବଲ୍ୟ ସାହୁ, ଗୁବୁରୀ ବେହେରା, ଭିକନ ସାହୁ, କରୁଣାକର ସାହୁ , ଅଲେଖ ବେହେରା, ମୁଚିଆ ବେହେରା, ଟିକନ ସାହୁ, ଅଗସ୍ତି ବେହେରା, ବସନ୍ତ ପ୍ରଧାନ, ବାବା ତ୍ୟାଗୀ ମୁରଲୀ ଦାସ, ସୁରେନ୍ଦ୍ର ଦାସ, ବିଦ୍ୟଧର ଦାସ ପ୍ରମୂଖଙ୍କ ପ୍ରଚେଷ୍ଟାରେ ଶାନ୍ତି ଶୃଙ୍ଖଳାର ଏହି ମେଳା ଅନୁଷ୍ଠିତ ହେଉଅଛି।




