ସାଇ ଶ୍ରୀ କ୍ଷେତ୍ର ରେ ୧୧ ତମ ବାର୍ଷିକ ଉତ୍ସବ ପାଳିତ :ଢେଙ୍କାନାଳ

ଜେ. ବି. ଏନ୍ (୦୧/୦୩/୨୦୨୧), ରିପୋର୍ଟ, ସୁଶାନ୍ତ କୁମାର ସାମଲ/ଶୁଭମ ପାଣି), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଆଜି ସାଇ ଶ୍ରୀ କ୍ଷେତ୍ର ୧୧ ତମ ବାର୍ଷିକ ଉତ୍ସବ ର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେଥିରେ ଅଂଶ ଗ୍ରହଣ କରିଥିବା ସାଇ ମହିଳା ଭକ୍ତ ବୃନ୍ଦ ୧୦୮ କଳସ ସହ କୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଅଛନ୍ତି। ସ୍ଥାନ କୁଞ୍ଜକାନ୍ତ ପୋଖରି ଠାରୁ ଶ୍ୟାମ ଚରଣ ପୁର୍ ସ୍ଥିତ (ସାଇ ଶ୍ରୀ କ୍ଷେତ୍ର) କଳସ ଯାତ୍ରା ହୋଇଛି। ଏଥିରେ ଅଂଶ ଗ୍ରହଣ କରିଥିବା କର୍ତ୍ତା ହେଲେ ଅବସର ପ୍ରାପ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଦୂର୍ଗା ଚରଣ ମିଶ୍ର ସହ ଧର୍ମିଣୀ ଶ୍ରିମତୀ ଡ. ସୁଜାତା ରଥ କର୍ତ୍ତା ଓ କର୍ତ୍ତୀ ଭାବେ ଅଂଶଗ୍ରହଣ କରିଛନ୍ତି। ଆସନ୍ତା କାଲି ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହା ଯାତ୍ରାକୁ ସାଇ ଶ୍ରୀ କ୍ଷେତ୍ର ପରିଚାଳନା କମିଟି ଦ୍ଵାରା ଆୟୋଜନ କରାଯାଇଅଛି।
ସଭାପତି ଶ୍ରୀଯୁକ୍ତ ଯୋଗୀନାଥ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ସୁରେନ୍ଦ୍ର ମିଶ୍ର, ଅକ୍ଷୟ ସାହୁ, ବାଦଲ ପଟ୍ଟନାୟକ, ପ୍ରକାଶ ମଲ୍ଲିକ ଙ୍କ ତତ୍ବାବଧାନରେ ଉକ୍ତ କାର୍ଯ୍ୟ ଟି କୁ ଶାନ୍ତି ଶୃଙ୍ଖଳା ଭାବରେ ଅନୁଷ୍ଠିତ ହୋଇଅଛି।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)