
ସମାଜସେବୀଙ୍କ ଝିଅ ବାହାଘରକୁ ଭଣ୍ଡୁର କରିବା ଉଦ୍ୟମ ୨ଜଣ ଗିରଫ
ଗୁଳି ଫୁଟାଇ ଆତଙ୍କ ଖେଳାଇଲେ ଦୁବୃର୍ତ୍ତ
(ଜେ. ବି. ଏନ୍ /ସୁଶାନ୍ତ କୁମାର) ୦୪/୦୩ /୨୦୨୧ ଅନୁଗୋଳ /ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଟେଲକୋ ଛକ ନିକଟ ରାସ୍ତା ଟାଟା ମୋଟର୍ସ ଜଣେ ସମାଜସେବୀଙ୍କ ଝିଅ ବାହାଘରକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରାଇ ଦୁଇ ଦୁର୍ବୁତ୍ତ ଗିରଫ ହୋଇଛନ୍ତି। ସୂଚନା ମୁତାବକ ସମାଜ ସେବୀ ତଥା ଶିଳ୍ପପତି ଗଙ୍ଗାଧର ସାମଲ ଙ୍କ ଝିଅ ବିବାହ ଭୋଜିରେ ଲୋକଙ୍କ ମନରେ ଆତଙ୍କ ଖେଳେଇବା ପାଇଁ ତିନି ରାଉଣ୍ଡ ଗୁଳି ଫୁଟାଇ ଦୁର୍ବୃତ୍ତ ମାନେ ଦ୍ରୁତ ବେଗରେ ଏକ ଟୋୟୋଟା ଫର୍ଚୁନ୍ରର ଗାଡି (OD 02 AQ 0001)ଘଟଣା ସ୍ଥଳରୁ ପଳେଇ ଯାଇଥିଲେ, ଏହି ଅଭିଯୋଗ ନେଇ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରଫୁଲ୍ଲ କୁମାର ନାୟକ ଙ୍କ ଅଭିଯୋଗ ନେଇ ବଅଁରପାଳ ପୋଲିସ୍ ତିନୋଟି ଖୋଖା ଯବତ୍ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ ଫରଚ୍ୟୁନର କାର୍ ଟି ଢେଙ୍କାନାଳ ଅଭିମୁଖେ ଯାଇଥିବାର ଜଣାପଡ଼ି ଥିବାରୁ ଢେଙ୍କାନାଳ ଜିଲ୍ଲା ରେ ତଦନ୍ତ କରି ଅଭିଯୁକ୍ତଙ୍କ ସନ୍ଧାନ ପାଇଥିଲେ। ବଅଁରପାଳ ପୋଲିସ୍ ଢେଙ୍କାନାଳ ସଦର ସ୍ଥିତ ତାମଣ୍ଡା ଅଞ୍ଚଳ ରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବଅଁରପାଳ ପୋଲିସ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୧୧.୩୦ ସମୟରେ ଦୁଇ ଦୁର୍ବୁତ୍ତ ଘଟଣା ସ୍ଥଳରେ ଗୁଳି ଫୁଟାଇ ଢେଙ୍କାନାଳ ଅଭିମୁଖେ ପଳେଇ ଏକ ତାମଣ୍ଡା ଅଞ୍ଚଳର ଏକ ଫର୍ମ ହାଉସ ରେ ଲୁଚି ରହିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏଇ ଦୁଇ ଅଭିଯୁକ୍ତ ମାନେ ହେଲେ କୈଳାଶ ସିଂ (୪୫) ପିତା. ଶୁକଦେବ ସିଂ, ନୟାପଲ୍ଲି ଥାନା ଅଞ୍ଚଳର ଆଉ ଜଣେ ଅଭିଯୁକ୍ତ ହେଲେ ଅରୁଣ କୁମାର (୪୪)ବର୍ଷ ପିତା. ରାଜମଣି ୟଦାବ୍ ଢେଙ୍କାନାଳ ଜିଲ୍ଲା ବଳରାମ ପ୍ରସାଦ ର ବୋଳି ଜଣାପଡିଛି। ପ୍ରଥମ ଅଭିଯୁକ୍ତ ବିହାର ଓ ଦ୍ଵିତୀୟ ଅଭିଯୁକ୍ତ ଉତ୍ତରପ୍ରଦେଶ ଅଞ୍ଚଳ ର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡିଛି। ବଅଁରପାଳ ପୋଲିସ୍
ପକ୍ଷ୍ୟରୁ କେସ ନମ୍ବର ୮୧/ ୦୪. ୦୩. ୨୦୨୧ U/S294/307/506 /34 IPC /25/27 ଆର୍ମ ଆକ୍ଟ ଅନୁଯାୟୀ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କ ଠାରୁ ଗୋଟିଏ LLMA ପିସ୍ତଲ, ସହ ପାଞ୍ଚଟି ଜୀବନ୍ତ ଗୁଳି, ଗୋଟିଏ ବ୍ଲାଙ୍କ ମ୍ୟାଗଜିନ , ତିନୋଟି ମୋବାଇଲ, ଆଧାର କାର୍ଡ, ବନ୍ଧୁକ ଲାଇସେନ୍ସ ପ୍ରମାଣ ପତ୍ର, , 7.5 ବିଦେଶୀ ମଦ, ଏକ ଟୋୟୋଟା ଫରଚ୍ୟୁନ ଗାଡି, ଏକ ଚାବି ରିଙ୍ଗ, ଜବତ କରି କୋର୍ଟ ଚାଲାଣ କରିଥିଲେ। ବଅଁରପାଳ ସ୍ଥିତ JMFC କୋର୍ଟ ଆଜି ଅଭିଯୁକ୍ତ ଙ୍କର ଜମିନ୍ ଆବେଦନ ଖାରଜ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଅନୁଗୁଳ ଜେଲ କୁ ସ୍ଥାନାନ୍ତରିତ କରିଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-25-scaled.jpg)

