
ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା
ଜେ. ବି. ଏନ୍ (୦୬/୦୩ /୨୦୨୧) , ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ । । ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ” Jal ) Jeevan Mission ( JJM ) ” ଯୋଜନାରେ ରାଜ୍ୟର ଢେଙ୍କାନାଳ ଜିଲ୍ଲାରେ ଦୁଇଗୋଟି । ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖୁଛନ୍ତି । ପ୍ରକଳ୍ପ ଗୁଡିକ ଦ୍ୱାରା ଉପରୋକ୍ତ ଜିଲ୍ଲାର ଗଦିଆ ବ୍ଲକ ଅଧୀନରେ ଥିବା ୨୯ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୬୬ ଟି ଗ୍ରାମର ପ୍ରାୟ ୧ , ୫୨ , ୦୨୧ ଜଣ ଲୋକ , ସଦର ବ୍ଲକ ଅଧୀନରେ ଥିବା ୧୨ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ର ଟି ଗ୍ରାମର ପ୍ରାୟ ୩୯ , ୧୨୫ ଜଣ ଲୋକ , ଭୁବନ ବ୍ଲକ ଅଧୀନରେ ଥିବା ୧୮ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୦୭ ଟି ଗ୍ରାମର ପ୍ରାୟ ୧ , ୦୨ , ୦୮୭ ଜଣ ଲୋକ ଓ କାମାକ୍ଷାନଗର ବ୍ଲକ ଅଧୀନରେ ଥିବା ୧୦ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୮ ଟି ଗ୍ରାମର ପ୍ରାୟ ୪୩ , ୨୬୧ ଜଣ ଲୋକ ଉପକୃତ ହୋଇପାରିବେ ।




