ଭୁକ୍ତା ଡାକ୍ତରଖାନାର କାୟାକଲପ ସାମଗ୍ରି ଖତ ଖାଉଛି

. ଜେ ବି. ଏନ୍ (୦୬/୦୩ /୨୦୨୧) _(ରିପୋର୍ଟ, ବିନୋଦ କୁମାର ନାୟକ)
ଅମ୍ବାଭୋନା :ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଡାକ୍ତରଖାନା ରେ କାୟାକଲପ ଯୋଜନା ରେ ଠିକା ନେଇଥିବା ଠିକାଦାରଙ୍କ ମନମୁଖି କାର୍ଯ୍ଯ ଯୋଗୁଁ କାୟାକଲପ ସାମଗ୍ରି ଖତ ଖାଉଛି ା ପ୍ରକାଶ ଥାଉ କି ପୁରସ୍କାର ପାଇବା ପାଇଁ ଡା. ହିତାକାଂକ୍ଷୀ ପ୍ରଧାନ ଏତେ ଲାଲାୟିତ ଥିଲେ ଯେ,
ଏକ ଅନାନୁଭବୀ ଠିକାଦାରଙ୍କୁ ଫୁଲ ବଗିଚା ,ଔଷଧିୟ ବଗିଚା ,ଗୋରୁ ଗାଈ ଅଣପ୍ରବେଶ ନାଳ (cow catcher) ଆଦି ଯାବତିୟ କାର୍ଯ୍ଯ କରିବା ପାଇଁ ଲଗାଇ ଥିଲେ। କାୟାକଲପ ନିରିକ୍ଷଣ ଦଳ ଆସି ଚାଲି ଯିବା ପରେ କାୟାକଲପ କାର୍ଯ୍ଯ ଠପ ହୋଇ କାୟାକଲପ ସାମଗ୍ରି ଡାକ୍ତର ଖାନା୍ରେ ଖତ ଖାଉଛି। ଏହି ବିଷୟରେ ଅନୁସନ୍ଧାନ କରି ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଙ୍କ ଠାରେ ଜନସାଧାରଣରେ ଦାବି ହୋଇଛି।



