ଆଜି ଅନୁଗୋଳ ଜିଲ୍ଲାରୁ ୦୭ ଜଣ କରୋନା ପଜିଟିଭ ଚିହ୍ନଟ

ପଜିଟିଭ ସଂଖ୍ୟା ୧୨୩୭୨ରେ ପହଞ୍ଚିଲା-ସୁସ୍ଥ ହେଲେ ୦୨ ଜଣ
………………………………..
ଜେ ବି ଏନ, ଅନୁଗୋଳ ୭/୩/୨୦୨୧- ଆଜି ଅନୁଗୋଳ ଜିଲ୍ଲାରେ ୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ କେହି ଆକ୍ରାନ୍ତ ହୋଇ ନଥିବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୧ ରେ ସୀମିତ ଅଛି। ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ ୩ ଜଣ (୩ପୁରୁଷ), ଅନୁଗୋଳ ପୌରାଞ୍ଚଳରୁ ୨ ଜଣ (୧ ପୁରୁଷ ଓ ୧ ମହିଳା),ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୧ ଜଣ (୧ପୁରୁଷ) ଓ ତାଳଚେର ପୌରାଞ୍ଚଳରୁ ୧ ଜଣ (୧ ମହିଳା) ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣା ପଡ଼ିଛି । ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତ ମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ଓ୍ବ।ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୨ ଜଣ ଯାକ ହୋମ୍ ଆଇସୋସନ ରେ ଥିବାର ଜଣାପଡ଼ିଛି।



