ବାଲିକୁଦା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନ ଥିବାରୁ ସଚେତନ ଯୁବ ଗୋଷ୍ଟି ଙ୍କ ପକ୍ଷରୁ ରାସ୍ତାରୋକ

ଜେ ବି ଏନ, ୦୯/୦୩ /୨୦୨୧, ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା, ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଠର ମାସ ହେବ ସ୍ତ୍ରୀ ଓ ପ୍ରସୂତି ବିଭାଗ ରେ ଡାକ୍ତର ନାହାନ୍ତି ! ଦୈନଦିନ ସହ ସହ ପ୍ରସୂତି ରୋଗୀ ନାହିଁନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି ! ଅଞ୍ଚଳବାସୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ୟା ସମ୍ପର୍କରେ ଜ଼ିଲ୍ଲା ପ୍ରଶାସନ କୁ ଅନେକବାର ଅବଗତ କରିଥିଲେ ମଧ୍ୟ୍ୟ ଅଞ୍ଚଳବାସୀ ଙ୍କ ସମସ୍ୟା ପ୍ରତି ଜ଼ିଲ୍ଲା ପ୍ରଶାସନ କର୍ଣପାତ କରୁନଥିବାରୁ ବାଲିକୁଦା ଅଞ୍ଚଳ ର ଯୁବ ଗୋଷ୍ଟି ରାଜକିଶୋର ସାହୁ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା , ଯୁବକ ବାଲିକୁଦା ଠାରେ ପ୍ରତିବାଦ କରି ଦୀର୍ଘ ସମୟ ରାସ୍ତାରୋକ କରିଥିଲେ ! ଜ଼ିଲ୍ଲା ପ୍ରଶାସନିକ ଅଧିକାରୀ ଅଞ୍ଚଳବାସୀ ଙ୍କ ସମସ୍ୟା କୁ ଖୁବ ଶୀଘ୍ର ସମାଧାନ କରାଯିବବୋଲି ପ୍ରତିଶ୍ରୁତି ଦେବାପରେ ଆଂଚଳିକ ଯୁବ, ମହିଳା ରାସ୍ତାରୋକ ରୁ ଓହରିଯାଇଥିଲେ !



