ହୋଲି ପାଳନ ନେଇ କଟକଣା ଜାରି

ଜେ ବି ଏନ, ୨୦/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ଆସନ୍ତା ଦୋଳ ପର୍ବ ଏବଂ ହୋଲି ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ସର୍ବସାଧାରଣ ସ୍ଥାନରେ ଅଥବା ପବ୍ଲିକ୍ ରୋଡ୍ ଇତ୍ୟାଦି ସ୍ଥାନରେ ହୋଲି ଖେଳ ହୋଇ ପାରିବ ନାହିଁ ବୋଲି ଆଜି ଶୁକ୍ରବାର ରାଜ୍ୟ ସ୍ଵତନ୍ତ୍ର ରିଲିଫ କମିଶନର ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ତେବେ ଦୋଳ ପର୍ବ , ଦୋଳ ମେଲଣ ଏବଂ ହୋଲି ପର୍ବର ପାରମ୍ପରିକ ରୀତିନୀତି କୋଭିଡ-19 ନିୟମାବଳୀ ଅନୁପାଳନ ସହିତ ନିର୍ଦ୍ଧାରିତ ସଂଖ୍ୟକ ଲୋକଙ୍କୁ ନେଇ ଆୟୋଜିତ ହୋଇ ପାରିବ ବୋଲି ସୂଚନା ଦିଆଯାଇଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


