ଏକଜାମ୍ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ସମ୍ପର୍କରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଆସନ୍ତୁ ପରୀକ୍ଷା ଦେବାକୁ ଯାଉଥିବା ଆମର ଯୁବପିଢ଼ିକୁ ସହାୟତା କରିବା : ପ୍ରଧାନମନ୍ତ୍ରୀ
ଜେ ବି ଏନ, ୨୯/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକଜାମ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ଘୋଷଣା କରି ଆନନ୍ଦ ବ୍ୟକ୍ତ କରିଛନ୍ତି।
ସେ କହିଥିଲେ ଯେ ଏକଜାମ ଓ୍ବାରିଅର୍ସର ନୂତନ ସଂସ୍କରଣ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କର ମୂଲ୍ୟବାନ ଯୋଗଦାନକୁ ନେଇ ସମୃଦ୍ଧ ହୋଇଛି।
ସେ ମଧ୍ୟ କହିଥିଲେ ଯେ ଏଥିରେ ବହୁ ମହତ୍ତ୍ୱପୂର୍ଣ୍ଣ ନୂଆ ଭାଗ ଯୋଡ଼ାଯାଇଛି ଯାହା ବିଶେଷ କରି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବ।
“ଆସନ୍ତୁ ପରୀକ୍ଷା ଦେବାକୁ ଯାଉଥିବା ଆମର ଯୁବପିଢ଼ିକୁ ସହାୟତା କରିବା” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।
ଏକାଧିକ ଟ୍ବିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ, “ପରୀକ୍ଷା ଋତୁ ଆରମ୍ଭ ହେବାକୁ ଯାଉଛି, ମୁଁ ଆନନ୍ଦର ସହିତ ଏହା ଘୋଷଣା କରିବାକୁ ଯାଉଛି ଯେ ଏକଜାମ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ବର୍ତ୍ତମାନ ଉପଲବ୍ଧ ରହିଛି।
ଏହି ପୁସ୍ତକରେ ଅନେକଗୁଡ଼ିଏ ନୂଆ ମନ୍ତ୍ର ଏବଂ ଏକାଧିକ ଅଭ୍ୟାସ ରହିଛି। ଏହି ପୁସ୍ତକରେ ପରୀକ୍ଷା ପୂର୍ବରୁ ଚାପମୁକ୍ତ ରହିବା ଉପରେ ପୁନଃ ଗୁରୁତ୍ବାରୋପ କରାଯାଇଛି।
ପରୀକ୍ଷା ପ୍ରସ୍ତୁତିକୁ କିପରି ଆମୋଦପୂର୍ଣ୍ଣ କରାଯାଇପାରିବ?
ଆମେ ଘରେ ବସି ପ୍ରସ୍ତୁତ କରିବା ସମୟରେ କିଛି ରୋଚକ କଥା କରିପାରିବା କି?
ଏହାର ଏକ ସମାଧାନ ରହିଛି… ନମୋ ଆପରେ ଥିବା ଏକ ସମ୍ପୂର୍ଣ୍ଣ ନୂଆ #ଏକଜାମ ଓ୍ବାରିଅର୍ସ ମଡ୍ୟୁଲରେ।
ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଏଥିରେ ବହୁଗୁଡ଼ିଏ ଇଣ୍ଟରଆକ୍ଟିଭ ଆକ୍ଟିଭିଟିଜ୍ ରହିଛି।
ଏକଜାମ ଓ୍ବାରିଅର୍ସର ନୂଆ ସଂସ୍କରଣ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କର ମୂଲ୍ୟବାନ ଇନପୁଟରେ ସମୃଦ୍ଧ ହୋଇଛି।
ଏଥିରେ କେତେକ ମହତ୍ତ୍ବପୂର୍ଣ୍ଣ ନୂଆ ଭାଗ ଯୋଗ କରାଯାଇଛି ଯାହା ଅଭିଭାବକ ଓ ଶିକ୍ଷକମାନଙ୍କର ଆଗ୍ରହ ବୃଦ୍ଧି କରିବ।
ପରୀକ୍ଷା ଦେବାକୁ ଯାଉଥିବା ଆମର ଯୁବପିଢ଼ିକୁ ଚାଲନ୍ତୁ ସହାୟତା କରିବା।”



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)