କୋରେଇ ବିଜେପିର ମିଶ୍ରଣ ପର୍ବ
ନେତୃତ୍ୱ ଓ ନେତାଙ୍କ ଉପରେ ବିଶ୍ୱାସ କରି ବିଜେଡିକୁ ବାଏ ବାଏ କରି ପଦ୍ମ ଶିବିରରେ ରଣପୁର ବିଜେଡିର ଟାଣୁଆ ନେତା ଉପେନ୍ଦ୍ର କରଙ୍କ ଟିମ୍

କୋରେଇ, ୦୩/୦୮ : ଶାସକ ବିଜେପି ଦଳର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟଦଳର ପଂଚାୟତ ପ୍ରତିନିଧି ଏବଂ କର୍ମୀ । ଗତ କିଛିଦିନ ହେବ ଅନେକ କର୍ମୀ ଏବଂ ପ୍ରତିନିଧି କୋରେଇ ବିଜେପିରେ ସାମିଲ ହୋଇଥିବାବେଳେ ଆଜି କୋରେଇ ବିଜେପି ପକ୍ଷରୁ ରଣପୁର ହାଇସ୍କୁଲ ପଡିଆ ଠାରେ ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲେ । ରଣପୁରର ପୂର୍ବତନ ସରପଂଚ ଶ୍ରୀଯୁକ୍ତ ଉପେନ୍ଦ୍ର କର ଏବଂ ବର୍ତମାନର ସରପଂଚ ସୁକାନ୍ତି ସାହୁଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶାର ସ୍ୱପ୍ନ ତଥା ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ, ସ୍ୱଚ୍ଛ କାର୍ଯ୍ୟଶୈଳୀ ସର୍ବପରି କୋରେଇର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ସ୍ୱଚ୍ଛ ନୀତି, ଆଦର୍ଶ ତଥା ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କୋରେଇ ବ୍ଲକ୍ ଅନ୍ତର୍ଗତ ରଣପୁର ଗ୍ରାମପଂଚାୟତ ବିଜେଡିର ପୂର୍ବତନ ସରପଂଚ ଉପେନ୍ଦ୍ର କରଙ୍କ ସମେତ ୩୦୦ ଉର୍ଦ୍ଧ୍ୱ ବିଜେଡି କର୍ମୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ରଣପୁର ଗ୍ରାମପଂଚାୟତର ମଧୁସୁଦନ ସାହୁ, ଅଜୟ ଖୁଂଟିଆ, ଦିପକ ମହାନ୍ତି, ବଳରାମ ସାହୁ, ପଦ୍ମନାଭ ରାଉତ, ଗଙ୍ଗାଧର ସେଠୀ, ଚନ୍ଦନ ବାରିକ, ବିଶ୍ୱଜିତ୍ ଖୁଂଟିଆ, ବାବୁଲି ମହାରଣା, ମଇନ ଦଳେଇ, ପ୍ରଭୁପଦ ବେହେରା, ବିଷ୍ଣୁପଦ ବେହେରା, ଭାଗିରାଥି ରାଉତ, ବିଶ୍ୱନାଥ ରାଉତ, ସନ୍ତୋଷ ରାଉତ, ସନ୍ତୋଷ ମାନ୍ଧାତା, ନାରାୟଣ ବେହେରା, ନାଗେଶ୍ୱର ସାହୁ, ଟୁଙ୍ଗା, ଅବଧୁତ ଦାସ, ଲମ୍ବୋଧର ସାହୁ, ଅମୁଲ୍ୟ ବେହେରା, ନୀଳମଣି ସାହୁ, ମୃତ୍ୟୁଞ୍ଜୟ ସାହୁ, ଚଗୁଲୁ ଜେନା, ବାବୁଲି ସାହୁ, ବସନ୍ତ ସାହୁ, ବିଷ୍ଣୁପଦ ସାହୁ, ଭାଗିରଥି ସାହୁ, ଘନଶ୍ୟାମ ସାହୁ, ଭରତ ସାହୁ, ବାବାଜୀ ସାହୁ, ଅଭିମନ୍ୟୁ କବି, ଅଭିମନ୍ୟୁ ସ୍ୱାଇଁ, ବସନ୍ତ କବି, ଜଳଧର କବି, ପଦ୍ମନାଭ ପହି, ଲକ୍ଷ୍ମୀଧର ପହି, ସୁରେନ୍ଦ୍ର କର, ବୈଦ୍ୟନାଥ ଓଝା, ବିଦ୍ୟାଧର ଓଝା, ନିରଞ୍ଜନ ବାରିକ, ମିନକେତନ ବାରିକ, ବିଜ୍ଞ୍ୟଦର୍ଶୀ ମହାନ୍ତି, ଗୋକୁଳ ମଳିକ, କୋଦଣ୍ଡ ଚିନାରା, ସନ୍ତୋଷ ଚିନାରା, ରବି ଚିନାରା, ଶିବପ୍ରସାଦ ମହାନ୍ତି, ଗଙ୍ଗାଧର ସାହୁ, ସୁକଦେବ ସାହୁ, କୁଳମଣି ମାଝୀ, ନୀଳମଣି ମାଝୀ, ଅନିଲ ରାଉତ, ରବି ଓଝା, ବିଦ୍ୟାଧର ସାହୁ, କରୁଣାକର ଜେନା, ହୃଷିକେଶ ରାଉତ, କେଶବ ରାଉତ ଓ ମହୁଲିଆ ଗ୍ରାମର ଧର୍ମେନ୍ଦ୍ର ମିଶ୍ର, କେଦାରନାଥ ମିଶ୍ର, କ୍ଷେତ୍ରବାସୀ ପ୍ରଧାନ, ମହେଶ୍ୱର ବାରିକ, ଲକ୍ଷ୍ମୀଧର ଜେନା, ବିସୁନ ଜେନା, ବିନୋଦ ଜେନା, ବୁଲୁ ଜେନା, ଅଟଳ ଜେନା, ଶ୍ରୀକାନ୍ତ ଜେନା, ଜଗନ ଜେନା, ଜିତୁ ଜେନା ପ୍ରମୁଖ କର୍ମକର୍ତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସମସ୍ତ ଆଗନ୍ତୁକ ରଣପୁର ଗ୍ରାମପଂଚାୟତ ପ୍ରତିନିଧି ଓ କର୍ମୀଙ୍କୁ ବିଧାୟକ ବିଜେପି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଓ ଉତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ । ବିଧାୟକ ଆକାଶ ଦାସନାୟକ ଏହି ମିଶ୍ରଣ ପର୍ବ ପରେ କୋରେଇ ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେଲା ଏବଂ ରଣପୁର ଗ୍ରାମପଂଚାୟତରେ ବିଜେପି ସ୍ଥିତି ଅଧିକ ସୁଦୃଢ ହେଲା କହିବା ସହ କୋରେଇ ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିତ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା କେବଳ ଦଳ ପରିବର୍ତନ ନୁହେଁ ବରଂ ବିଶ୍ୱାସ ଓ କୋରେଇ ବିକାଶର ପ୍ରତିଫଳନ । ଆଜିର ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପି ଯାଜପୁର ଜିଲ୍ଲା ସଭାପତି ଶ୍ରୀମତୀ ଦେବଯାନୀ ପ୍ରଧାନ, କୋରେଇ ବ୍ଲକ୍ ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ଜିଲ୍ଲା ସମ୍ପାଦକ ଅଯୋଧ୍ୟା ଜେନା, ବ୍ରାହ୍ମଣୀଦେବୀ ମଣ୍ଡଳ ସଭାପତି ରାକେଶ ଜେନା, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ, ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ଅସନଝର ସରପଂଚ ମମତା ମଞ୍ଜରୀ ସ୍ୱାଇଁ, ପ୍ରୀତିରଞ୍ଜନ ସାହୁ, ଗୌରପୁର ସରପଂଚ ସତ୍ୟାନନ୍ଦ ମହାପାତ୍ର, ଜିଲ୍ଲା ମହିଳା ସଭାନେତ୍ରୀ ଦୀପ୍ତିମୟୀ କୁଅଁର, ବନ୍ଦାଳ ସରପଂଚ ବିଷ୍ଣୁ ରଥ, ବରୁଣ୍ଡେଇ ସମିତି ସଭ୍ୟ ରଶ୍ମିରଞ୍ଜନ ପରିଡା, ବ୍ୟାସଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, କନ୍ତୋର ପୂର୍ବତନ ସରପଂଚ ରୁନୁ ଭୂୟାଁ, ବ୍ରାହ୍ମଣୀଦେବୀ ମଣ୍ଡଳ ଯୁବ ସଭାପତି ସୁଜିତ୍ ସ୍ୱାଇଁ, ବ୍ୟାସନଗର ସାଂସଦ ପ୍ରତିନିଧି ନିରଞ୍ଜନ ଘଡେଇ, ସାଦକପୁର ସରପଂଚ ରବିନ୍ଦ୍ର ବେହେରା, ବ୍ରାହ୍ମଣୀଦେବୀ ମଣ୍ଡଳ ଏସ୍.ସି. ମୋର୍ଚ୍ଚା ସଭାପତି ବସନ୍ତ ଜେନା, ବ୍ୟାସଦେବ ମଣ୍ଡଳ ଯୁବ ସଭାପତି ଜିତେନ୍ଦ୍ର ବେହୁରା, କନ୍ତୋର ସରପଂଚ ସାରଙ୍ଗ ପ୍ରଧାନ, ଅନ୍ଧାରୀ ଗ୍ରାମପଂଚାୟତ ପୂର୍ବତନ ସମିତି ସଭ୍ୟ କୁଳମଣି ଦାସ, ମକୁନ୍ଦପୁର ସଭାପତି ହିମାଂଶୁ ପାଢୀ, ଅସନଝର ସଭାପତି ପ୍ରହଲ୍ଲାଦ ଜେନା, ବୈତରଣୀ ମଣ୍ଡଳ ଯୁବ ସଭାପତି ମନୋଜ ଦାସ, ବରୁଣ୍ଡେଇ ସଭାପତି ପ୍ରକାଶ ସାହୁ, ଜୟନ୍ତୀ ସାହୁ, ରଣପୁର ଗ୍ରାମପଂଚାୟତର ପ୍ରତାପ ସାହୁ, ନକୁଳ ସାମନ୍ତରାୟ, ତ୍ରିଲୋଚନ ପହି, ସରୋଜ ସାହୁ, ଦିବାକର ମହାପାତ୍ର, ନୀଳମାଧବ ଚକ୍ର, ଉଦୟ ପରିଡା, ଜନ୍ମେଜୟ ସାହୁ, ଗୋପାଳ ସାହୁ, ସୁଶାନ୍ତ ସ୍ୱାଇଁ, ଅଶୋକ ବାରିକ, ଅମୁଲ୍ୟ ଦାସ, ପ୍ରଶାନ୍ତ ମଲ୍ଲିକ, ଗୟାଧର ପରିଡା, ପ୍ରତାପ ରାଉତ, ପ୍ରଦୀପ ମଲ୍ଲିକ, ଆଶା ମହାନ୍ତି, , ସଞ୍ଜିବ ନାୟକ ସୁବ୍ରତ ସ୍ୱାଇଁ, ସୁରେଶ ବେହେରା ପ୍ରମୁଖ କର୍ମକର୍ତା ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




