ଧାନ ମଣ୍ଡି ରେ ଅନିୟମିତତା ଓ ବିକ୍ରି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଜେ ବି ଏନ, ୦୬/୦୪/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଡ଼ ନୃସିଂହ ପୁର ଗ୍ରାମର ଚାଷୀ ମାନେ ମଣ୍ଡି ରେ ଅନିୟମିତତା ନେଉ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ସୋମବାର ଚାଷୀ ମାନେ ନିଜର ଅସୁବିଧା ଜଣାଇବା ସହ କହିଛନ୍ତି ଯେ ଉକ୍ତ ମଣ୍ଡିର ସମ୍ପାଦକ ଙ୍କ ନିକଟରେ ଏ ନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ. ମିଳିନାହିଁ l ତେଣୁ ଜିଲ୍ଲାପାଳ ଏହାର ସୁବିଚାର କରିବାକୁ ଚାଷୀ ମାନେ ଲିଖିତ ଅଭିଯୋଗ କରିଛନ୍ତି l ସେମାନଙ୍କ ଅଭିଯୋଗ ଗୁଡିକ ହେଲା :
୧-ଧାନ ମଣ୍ଡି ପଞ୍ଜୀକରଣ ଆରମ୍ଭରୁ ଅସାଧୁ ବ୍ୟବସାୟୀ ମାନେ ସମ୍ପାଦକ କୁ ହାତ ବାରଣ କରି ଅସାଧୁ ଉପାୟରେ ଧାନ ଦେବାରେ ସଫଳ ହୋଇଛନ୍ତି।
୨-ସମ୍ପାଦକ ମହାଶୟ ବିଲ ଚାଷ ନ ଥାଇ ୧୦୦ (ଏକ ସହ କୁଇଣ୍ଟାଲ) ଧାନ ମଣ୍ଡି ରେ ଦେଇ ପାରିଛନ୍ତି।
୩-ଫେବ୍ରୁଆରୀ ୧ ଏକ ବେପାର କ କୁ ଟୋକନ ପାଇଁ ଧାନ ଆଣି ଧାନ ଫେରାଇ ନେଇ ଚିନ୍ତା ଗ୍ରସ୍ତ ହୋଇ ମୃତ୍ଯ ବରଣ କରିଛନ୍ତି। ସେ ମହାଶୟଙ୍କର ମାତ୍ର ୧୧ କୁଇଣ୍ଟାଲ ନେବା ପାଇଁ ମନା କଲେ ସେହି ଦିନ ଫେବ୍ରୁଆରି ୯ ତାରିଖ ଧାନ ଉଠିଥିଲେ।
୪-ବଡ଼ ଚାଷୀ ମାନେ ରାଜନିତୀ ପ୍ରୟୋଗ କରି ଜଣ ପିଛା ୧୫୦ ( ଏକ ସହ ପଚାଶ କୁଇଣ୍ଟାଲ ଧାନ ମଣ୍ଡି ରୁ ଦେଇପାରିଛନ୍ତି)। ଅତଏବ୍ ନାମ ମାତ୍ର ଚାଷୀ ୧୨/୧୫ କୁଇଣ୍ଟାଲ ଧାନ ଦେବା ପାଇଁ ସକ୍ଷମ ହେଲେ ନାହିଁ।
୫-ଗଡ଼ ନୃସିଂହ ପ୍ରସାଦ ସେବା ସମବାୟ ସମିତି ରେ ଅନିୟମିତତା ହୋଇଛି। ସମିତିର ପିଅନ ନିଜ ପାଟିରେ j ଟିଭି ଚ୍ୟାନେଲ ଆଗରେ ସ୍ୱୀକାର କରିଛନ୍ତି।
ଏ ନେଇ ବସନ୍ତ କୁମାର ଜେନା
* ବିମ୍ବାଧର
*ଦୟାନିଧି
* ପ୍ରକାଶ ସେଠୀ
*ହରିହର ବାହାଲିଆ
* ଲକ୍ଷ୍ମି ଧର ବାହାଲିଆ
* ଦିଲ୍ଲୀପ କୁମାର ସାହୁ
* ଅଶୋକ କୁମାର ସାହୁ
* ବିରଞ୍ଚି ସାହୁ
* ସନାତନ ସାହୁ
* ଗଦାଧର ସାହୁ
*, ଶ୍ରୀଧର ସାହୁ ପ୍ରମୁଖ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
