ଡଃ ହୁସେନ ରବି ଗାନ୍ଧୀଙ୍କ ପରଲୋକରେ କନିକା ସହିଦ ସ୍ମୃତି ସଂସଦର ଶ୍ରଦ୍ଧାଞ୍ଜଳି।
ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଉତ୍କଳ ପ୍ରସଙ୍ଗର ପୂବର୍ତନ ସମ୍ପାଦକ ମାନବବାଦର କବି ଡ଼ ହୁସେନ ରବି ଗାନ୍ଧୀଙ୍କ ପରଲୋକରେ କନିକା ସହିଦ ସ୍ମୃତି ସଂସଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ବର୍ଗତ ହୁସେନ ରବି ଗାନ୍ଧୀଙ୍କ ପରଲୋକ ଓଡ଼ିଆ ଭାଷା ସାହିତ୍ୟର ପ୍ରଗତି ବେଳାରେ ଏକ ବିରାଟ ଶୂନ୍ୟସ୍ଥାନ ବୋଲି ସଂସଦର ସମ୍ପାଦକ ସୁକାନ୍ତ ଦାଶ ପ୍ରକାଶ କରିଛନ୍ତି | କବି ହୁସେନ ରବି ଗାନ୍ଧୀ ଙ୍କ ଆକସ୍ମିକ ବିଦାୟକୁ ନେଇ ସଂସଦର ସଭାପତି ଦାମୋଦର ଧଳ କହିଛନ୍ତି ଯେ ରାଜ୍ୟ ଜଣେ ପ୍ରଗତିଶୀଳ ମାର୍ଗଦର୍ଶକଙ୍କୁ ହରାଇଲା । ଗତ ଜୁନ ମାସ 17 ତାରିଖରେ ଅନୁଷ୍ଠିତ କନିକା ପ୍ରଜା ଆନ୍ଦୋଳନର ରାଜ୍ୟସ୍ତରୀୟ ଶତବାର୍ଷିକ ସମାରୋହରେ ବିଶିଷ୍ଟ ଅତିଥ୍ ଭାବେ ଯୋଗ ଦେଇ ଥିବା ସ୍ବର୍ଗତ ଗାନ୍ଧୀ ଓଡ଼ିଶାରେ ସଙ୍ଘଟିତ ସମସ୍ତ ପ୍ରଜା ଆନ୍ଦୋଳନ ଠାରୁ କନିକା ପ୍ରଜା ଆନ୍ଦୋଳନ ସ୍ୱତନ୍ତ୍ରତା ଜାହିର କରିଥିଲା ବୋଲି ମତପୋଷଣ କରିଥିଲେ । ଇତିହାସରେ କନିକାର ବୀରତ୍ବ ଓ ଗାରିମା ସମ୍ପର୍କରେ ବିଷଦ ଆଲୋଚନା କରି ସ୍ବର୍ଗତ ଗାନ୍ଧୀ କନିକାବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରି ଯାଇଛନ୍ତି । କନିକା ସହିଦ ସ୍ମୃତି ସଂସଦ ତରଫରୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ହାତରୁ ଏହି ଯଶସ୍ବୀ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ସଂସଦ ଏହି କର୍ମଯୋଗୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ମରଣ କରୁଛି ।
ରାଜକନିକା ରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




