ଓଡିଶା ଅମଲା ସଂଘର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ଆଜି ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଓଡିଶା ଅମଲା ସଙ୍ଘର ରାଜ୍ୟ ପରିଷଦ ମିଟିଂ ଅନୁଷ୍ଠିତ ହୋଇଯାଇଛି. ଅମଲା ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ପାଇଁ ସରକାର ନିରବ ଦ୍ରଷ୍ଟା ସାଜିଥିବାରୁ ଆଗାମୀ ଦିନରେ ସରକାରଙ୍କ ନିଦ ଭାଙ୍ଗିବା ପାଇଁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଜିର ବୈଠକରେ ନିଷ୍ପତି ନିଆଯିବ ବୋଲି ପରିଷଦ ତରଫରୁ କୁହାଯାଇଛି.ଆମେ ଭାରି ଦୁଃଖରେ ଅଛୁ. ସରକାର ଆମକୁ ପିଅନ ମାନଙ୍କ ସହ ସମାନ କରିସାରିଲେଣି. ଆମର ଶିକ୍ଷା ଗତ ଯୋଗ୍ୟତା ଆଧାରରେ ଦରମା ମିଳୁନାହିଁ. ଆମେ ସରକାରଙ୍କ ସହ ବାରମ୍ବାର ଆଲୋଚନା କରିଛୁ. ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ଦେଇଛୁ, ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିଛୁ, ଆମର ଦାବି ଯୁକ୍ତି ଯୁକ୍ତ ଓ ଖୁବ ଶୀଘ୍ର ଦାବି ପୂରଣ ହେବ ବୋଲି ମାନ୍ୟବର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିଶୃତି ପାଇଥିଲୁ ହେଲେ ଫଳ ସବୁ ଶୂନ ବୋଲି କହିଛନ୍ତି ରାଜ୍ୟ ଅମଲା ସଙ୍ଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ.ଜିଲ୍ଲା ସ୍ତରରେ ଅମଲା ମାନଙ୍କ ପ୍ରବେଶିକା ନିଯୁକ୍ତି କ୍ଷେତ୍ରରେ ଶିକ୍ଷା ଗତ ଯୋଗ୍ୟତା ସମ୍ପର୍କରେ 2017ରୁ କାମ ଆରମ୍ଭ କଲେ ହେଲେ ଦରମା ସେହି ପୁରୁଣା 1900ଗ୍ରେଡ଼ ପେ ଯାହା ମାଟ୍ରିକୁଲେସନ ଶିକ୍ଷା ଗତ ଯୋଗ୍ୟତା ସହ ସମାନ କରି ରଖିଛନ୍ତି ତାର ପରିବର୍ତନ କରୁନଥିବାରୁ ଆଗାମୀ ଦିନରେ ବାଧ୍ୟ ହୋଇ ଜୋରଦାର ଆନ୍ଦୋଳନ କରିବୁ ବୋଲି କହିଛନ୍ତି ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ.ସେହିପରି ଆମର କୌଣସି ସମସ୍ୟା ସରକାର ବୁଝିଲେ ନାହିଁ. ବାରମ୍ବାର ଆନ୍ଦୋଳନ, ଆଲୋଚନା କଲୁ. ଆମର 40ହଜାର ଅମଲା ମାନେ ବାଧ୍ୟ ହୋଇ ପୁଣି ପିଲା ଛୁଆଙ୍କୁ ଧରି ରାଜରାସ୍ତା କୁ ଆସି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ଅମଲା ସଙ୍ଘର ସଭାପତି ନାରାୟଣ ଦାସ. ଆମର ସାଧାରଣ ପରିଷଦ ବୈଠକରେ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି ସଭାପତି ଶ୍ରୀ ଦାସ.
ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳ ଙ୍କ ରିପୋର୍ଟ




