ଆଉଁରୀ ପଞ୍ଚାୟତରେ PPL କ୍ରିକେଟ୍ ପ୍ରତିଯୋଗିତା ଉଦ୍ଯାପିତ:-






ବିଞ୍ଝାରପୁର ବ୍ଲକ୍ ଅଧିନସ୍ଥ ଆଉଁରୀ ପଞ୍ଚାୟତ ପକ୍ଷରୁ ୫ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି. ସମାଜସେବୀ ଜିତେନ୍ଦ୍ର କୁମାର ବାରିକଙ୍କ ତତ୍ତ୍ଵା ବିଧାନରେ ଅନୁଷ୍ଠିତ ଏହି କ୍ରିକେଟ୍ ପ୍ରତିଯୋଗିତାରେ ପଞ୍ଚାୟତର ୬ଟି କ୍ରିକେଟ୍ ଟିମ୍ କୁ ନେଇ ଏହି ଖେଳ ଅନୁଷ୍ଠିତ ହୋଇଥିଲା. ବିଞ୍ଝାରପୁର ବ୍ଲକ୍ ର ଅଧ୍ଯକ୍ଷା ଙ୍କ ପ୍ରତିନିଧି କୈଳାସ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ. ଫାଇନାଲ ମ୍ୟାଚ ମାଟିଆକଣ ଓ ଡ଼ିହକୂଳା ମଧ୍ୟରେ ଖେଳାଯାଇଥିଲା. ୨ଦଳ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ. ସେଥିଲାଗି ଏକ ସୁପର ଓଭର ଖେଳ ଖେଳାଯାଇଥିଲା. ୬ଟି ବଲ୍ରେ ଡ଼ିହକୂଳା ୧୯ ରନ୍ କରିଥିବା ବେଳେ ମାଟିଆକଣ ୧୦ରନ୍ ଭିତରେ ରହିଥିଲା. ଯାହାକି ଡିହକୂଳା ଚମ୍ପିଅନ୍ ହୋଇଥିଲା. ଖେଳ ପରିଚାଳନା ଦାୟିତ୍ଵ ଭରତ କୁମାର ମଲ୍ଲିକ ଓ ସଞ୍ଜିବ୍ କୁମାର ଯେନା ନେଇଥିଲେ. ପୁରସ୍କାର ବିତରଣ ଉତ୍ସବରେ ସମ୍ମାନୀୟା ଅତିଥି ଭାବେ ଆଉଁରୀ ପଞ୍ଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ଯେନା ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିବାବେଳେ ସମାଜସେବୀ ସୁରେନ୍ଦ୍ର କୁମାର ବେହେରା, ଉତ୍ତର କୂଳ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବିନୟ କୁମାର ନାଥ ସମେତ ମୁଖ୍ୟଅତିଥି ଚମ୍ପିୟାନ ଦଳ ଡ଼ିହକୂଳା ଦଳକୁ ଟ୍ରଫି ସହ ଅର୍ଥ ପ୍ରଦାନ କରିଥିଲେ. ମ୍ୟାନ ଅଫ ଦି ମ୍ୟାଚ୍ ଗୁଡୁଆ ଓ ମ୍ୟାନ ଅଫ୍ ଦି ସିରିଜ୍ ମନିଷ୍ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା. ଖେଳ ପରିଚାଳନା ଦାୟିତ୍ଵ ରେ ଭରତ ଚନ୍ଦ୍ର ମଲିକ, ସଞ୍ଜିବ କୁମାର ଯେନା, ଶ୍ରୀକାନ୍ତ ଓଝା, ପ୍ରକାଶ ନାୟକଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ. ସମାଜସେବୀ ଗଣେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




