ଢେଙ୍କାନାଳ ଜିଲ୍ଲା ସଂଯୁକ୍ତ ମୋର୍ଚ୍ଚାର ପ୍ରସ୍ତୁତି ବୈଠକ 
ଢେଙ୍କାନାଳ , ୧୭୨ : ଆଦ୍ୟ ଢେଙ୍କାନାଳ ଜିଲ୍ଲା ବିଜେପି ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ମମତା ସାଇଁଙ୍କ ସଭାପତିତ୍ବରେ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ୍ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମଣ୍ଡଳ କମିଟି ବିଷୟରେ ଆଲୋଚନା କରାଗଲା । ଉପ ସଭାନେତ୍ରୀ ସବିତା ନାଏକ , ସୁନିତା ନାଥ , ସାଧାରଣ ସମ୍ପାଦିକା ମଧୁସ୍ମିତା ପୁହାଣ , ଦମୟନ୍ତୀ ପାଣି ଉପସ୍ଥିତ ଥିଲେ । ଏହି ବୈଠକର ନିଷ୍ପତି କ୍ରମେ ଉପସ୍ଥିତ ନିବେ ଦିତା ରାଉତଙ୍କୁ ଉପ ସଭାନେତ୍ରୀ ପଦବୀ ଓ ମାଳବିକା ପାଇଁଙ୍କୁ ସମ୍ପାଦିକା ଦାୟିତ୍ବ ପ୍ରଦାନ କରାଗଲା ।




