ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ କେମ୍ପସଡା ଗ୍ରାମର ଚିଲିକାପୋଶିପଡା ଠାରେ ନିର୍ମିତ ହେଉଥିବା ମେଗା ଜଳପ୍ରକଳ୍ପ ଓଭରହେଡ୍ ଟ୍ଯାଙ୍କର ଉପରୁ ଜଣେ ଯୁବକ ଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି।ମୃତକ ଯୁବକ ଜଣଙ୍କ ହେଲେ ୱେଷ୍ଟବେଙ୍ଗଲ ଅଞ୍ଚଳର ପରାନ୍ ମୋଦୀ(୨୧)ବୋଲି ଜଣାପଡିଛି।ଖବର ପାଇ ସଦର ଥାନା ପୋଲସି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା।ଏକ (୧୦/୨୩)ମାମଲା ରୁଜୁ ପରେ ଶବ ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ସୂଚନାଯୋଗ୍ୟଯେ,ପରାନ୍ ସାଥି ମାନଙ୍କ ସହିତ ଏଲଏଣ୍ଟି କମ୍ପାନୀ ର ନବ ନିର୍ମିତ ଟ୍ୟାଙ୍କର ରେ ଦୁଇମାସ ହେବ ନିର୍ମାଣ କାର୍ଯ୍ୟ କରିଆସୁଥିଲେ।ତେବେ ଗତରାତିରେ ସାଙ୍ଗ ସାଥି ହୋଇ ସମସ୍ତେ ଖାଇ ପିଇ ଏକା ଶୋଇଥିଲେ।ଆଜି ଟ୍ୟାଙ୍କର ଉପରୁ ତାଙ୍କର ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି।ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପଲିସ ସୂତ୍ର ରୁ ଜଣାପଡିଛି।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

