(୧୭ ତମ ଆନେକ୍ସ କପ କ୍ରିକେଟ ଟୁର୍ଣ୍ଣlମେଣ୍ଟର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
)
ଜଗତସିଂହପୁର
ତା =11/3/23
ଜାତୀୟସ୍ତରୀୟ ଓ ଜିଲ୍ଲାର ଲୋକପ୍ରିୟ ଆନେକ୍ସ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ସ୍ତାନୀୟ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ହିନ୍ଦୁସ୍ତାନ ସ୍ପୋର୍ଟିଂ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ବହୁ ବାଦବିବାଦର ସମ୍ମୁଖିନ ହୋଇ ଏଭଳି ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ହୋଇ ସାରିଛି । ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ହିନ୍ଦୁସ୍ଥାନ ସ୍ପୋର୍ଟିଂର ଉପଦେଷ୍ଟା ତଥା ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ସଭାପତିତ୍ୱ କରିଥିବାବେଳେ ହିନ୍ଦୁସ୍ଥାନ ସ୍ପୋର୍ଟିଂର ସଭାପତି ସମୀର ଲେଙ୍କା, ଉପଦେଷ୍ଟା ଅଶୋକ ଜେନା ଓ ସୁରେଶ ଚନ୍ଦ୍ର ନନ୍ଦ, ଉପସଭାପତି ସୂର୍ଯ୍ୟ ମହାନ୍ତି ପ୍ରମୁଖ ଯୋଗ ଦେଇ 17 ତମ ଆନେକ୍ସ କପର ପ୍ରସ୍ତୁତି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ପ୍ରସ୍ତୁତି ବୈଠକରେ ଜଗତସିଂହପୁର ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ,କ୍ରୀଡ଼ାବିତ ,କ୍ରିକେଟପ୍ରେମୀ ଯୋଗଦେଇଥିବାର ଦେଖାଯାଇଥିଲା ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
ବାଇଟ-୧-ଅମରେନ୍ଦ୍ର ଦାସ(ହିନ୍ଦୁସ୍ତାନ ସ୍ପୋର୍ଟିଂ ଉପଦେଷ୍ଟା)


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

