(ଅର୍ଣ୍ଣପୂର୍ଣା ମିଶନ ଶକ୍ତି କାଫେ ଉଦଘାଟିତ)





ଜଗତସିଂହପୁର
ତା =1/4/23
ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର ସିଂହାରପୁର ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଅର୍ଣ୍ଣପୂର୍ଣା ମିଶନ ଶକ୍ତି କାଫେ ଉଦଘାଟିତ ହୋଇ ଯାଇଛି । ମା ଲଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆୟୋଜିତ ଏହି କାଫେ କୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପାରୁଲ ପଟୱାରୀ | ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରୁଦ୍ର ନାରାୟଣ ଦାଶ | ବିଡିଓ ସାଗର କୁମାର ନନ୍ଦ | ତହସିଲଦାର ତାରିଣୀ ରଂଜନ ରାୟ, | ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ | ବ୍ଳକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ପ୍ରମୁଖ ଯୋଗ ଦେଇ ଏହି ଅତ୍ୟାଧୁନିକ କାଫେ କୁ ଉଦଘାଟନ କରିଥିଲେ । ଏଠାରେ ଓଡ଼ିଶାର ପାରମ୍ପରିକ ପିଠା, ଓ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯିବା ସହିତ ଏହାକୁ ବିକ୍ରି କରାଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ବୋଲି କାଫେ ର ମୁଖ୍ୟ ଲକ୍ଷ ଓ ଉଦେଶ୍ୟ ବୋଲି ମୁଖ୍ୟ ଅତିଥି କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ଏହି କାର୍ଯ୍ୟକ୍ରମ କୁ ସ୍ବାଗତ କରିଛନ୍ତି ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




