ଓଡିଶା ପତ୍ରକାର ସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ
……….
ଭୁବନେଶ୍ୱର : ଓଡିଶା ପତ୍ରକାର ସଙ୍ଘ ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି. ଶନିବାର ସକାଳୁ ରାଜଭବନ ସନ୍ନମୁଖ ଗୋଳେଇ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସଂଘର କର୍ମକର୍ତ୍ତା ମାଲ୍ୟାର୍ପଣ କରି ସହରରେ ଥିବା ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଥିଲେ. ଏହାପରେ ବମିଖାଲ ସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ଉତ୍କଳ ଦିବସ ଅବସରରେ ଏକ ସଭା ହୋଇଥିଲା. ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ ସଭାପତି ଅବିନାଶ ମିଶ୍ର, ରାଜ୍ୟ ଉପସଭାପତି ହରପ୍ରସାଦ ଦାସ, ସଂଗଠନ ସମ୍ପାଦକ କିଶୋର ରଥ, ସମ୍ପାଦକ ଯତୀନ ଷେଣ୍ଢ, କୋଷାଧକ୍ଷ ସତ୍ୟବାଦୀ ନାୟକଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟ ପ୍ରଭାକର ବିଶ୍ୱାଳ, ଅଶ୍ୱିନୀ ପତି, ସସ୍ମିତା ମଲ୍ଲିକ, ନୃସିଂହ ମହାପାତ୍ର ଯୋଗ ଦେଇ 1936ମସିହାରେ ଓଡିଶା କିଭଳି ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା. ସେହି ସମୟର ବରପୁତ୍ରଙ୍କ ସ୍ମୁତି ଚରଣ କରିଥିଲେ.ଶେଷରେ ସଙ୍ଘ ସଦସ୍ୟ ସଞ୍ଜୟ କୁମାର ଜେନା ଧନ୍ୟବାଦ ଦେଇଥିଲେ।




