ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଆମ ଓଡ଼ିଶା ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର
ଗୋଳାମୁଣ୍ଡା
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଆମ ଓଡ଼ିଶା ସମ୍ବାଦପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରଟିକୁ ଦୈନିକ ଖବରକାଗଜ ସମ୍ବାଦ ଓ ଗୋଲାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକ ସଂଘ ଏବଂ ସୋସିଆଲ ଏକ୍ଟିଭିଟି ଅଫ୍ କଲାହାଣ୍ଡି ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଲାମୁଣ୍ଡା ତହସିଲଦାର ଶ୍ରୀଯୁକ୍ତ ଅଶୋକ ପଟ୍ଟନାୟକ ଯୋଗଦେଇଥିଲେ । ରକ୍ତ ଦାନ ଶିବିରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ବିଜୟ କୁମାର ପଣ୍ଡାଙ୍କ ସହିତ କୃଷ୍ଣଚନ୍ଦ୍ର ସାହୁ,ସଞ୍ଜୀବ କୁମାର ମହାକୁଡ଼ ଓ ବୃକଧର ଚନ୍ଦନ ପ୍ରମୁଖ ଉପସ୍ଥିତ ରହି ୧୬ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଶ୍ରୀଯୁକ୍ତ ରବିନସନ ସେନାପତି ଏବଂ ଶ୍ରୀଯୁକ୍ତ ଲବଜି ପଟେଲ ପରିଚାଳନା କରିଥିବା ବେଳେ ସମାଜ ସେବୀ ଶ୍ରୀଯୁକ୍ତ ରାଜେଶ ଅଗ୍ରୱାଲ ଓ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ସ୍ବେଚ୍ଛାସେବୀ ମହେଶ ସୁନାନୀ, ଅଙ୍କିତ ସେଠି,ଲକ୍ଷ୍ମୀକାନ୍ତ ନାଏକ,ଭବାନୀ ସତନାମୀ,ଉମେଶ ସରାଫ,ସୁନୀଲ ଓ ଅମରେଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ ।




