କଟକ ଟେନିସ କ୍ରିକେଟ ଆସୋସିଏସନ ଗଠନ ।
କଟକ ଜିଲ୍ଲା ଜଗତପୁର ସ୍ଥିତ ଆର.ଡି ଡାକ ବଙ୍ଗଳା ଠାରେ କଟକ ଟେନିସ କ୍ରିକେଟ ଆସୋସିଏସନ ଗଠିତ ହୋଇ ଯାଇଛି l
ଆଜିର ଏହି କାର୍ଯ୍ୟକ୍ରମ ରେ ଚୌଦ୍ୱାର କଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହିତ କଟକ ଏକ ଭାଇଚାରା ର ସହର ଓ ଏହି ଅଂଚଳ ରେ ବହୁ ପ୍ରତିଭାବନ କ୍ରୀଡାବିତ ରହିଛନ୍ତି ବୋଲି ଗଣ ମାଧ୍ୟମରେ ରେ ପ୍ରକାଶ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବିଶ୍ୱାଳ ଜିଲ୍ଲା ରେ ଥିବା ବହୁ କ୍ରୀଡାବିତ ମାନେ ରାଜ୍ୟ ଓ ଦେଶ ସ୍ତର ରେ ଖେଳିବା ପାଇଁ ରାଜ୍ୟ ସରକାର ଙ୍କ ସ୍ତର ରେ ବହୁ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ କଟକ ଟେନିସ କ୍ରିକେଟ ଆସୋସିଏସନ ଆଗାମୀ ଦିନ ରେ ଶ୍ରେଷ୍ଠ କ୍ରୀଡାବିତ ଙ୍କୁ ମ୍ୟାଚ ପରେ ସେମାନଂକୁ ସମ୍ବର୍ଦ୍ଧିତ କରାଯିବା ସହିତ ଟେନିସ କ୍ରିକେଟ କୁ ଲୋକମାନଙ୍କ ପାଖକୁ ପହଞ୍ଚାଇ ପାରିବେ ତାହା ଉପରେ ଆଲୋଚନା କରାଯାଇଥିଲା l ଆଜି ର ଏହି କାର୍ଯ୍ୟକ୍ରମ ରେ ସତ୍ୟାଶିଷ ରାଉତ, ସୌମ୍ୟ ମହାନ୍ତି, ସୂର୍ଯ୍ୟ ବିଶ୍ୱାଳ ମିଥୁନ ମଜୁମଦାର ସହରର ପନ୍ଦର ରୁ ଉର୍ଦ୍ଧ ଟେନିସ କ୍ରିକେଟ ର ସମ୍ପାଦକ ଓ ୧୫୦ ରୁ ଉର୍ଦ୍ଧ କ୍ରୀଡାବିତ ଯୋଗଦେଇଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ ।




