ଖରସ୍ରୋତା ନଦୀରେ ବୁଡ଼ି ଯୁବକଙ୍କ ମୃତୁ୍
ସମବେଦନା ଜଣାଇଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ
ବିଷୟ ______ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବିଂଝାରପୁର ଥାନା ଛକର ବିଷ୍ଣୁ ବେହେରାଙ୍କ ପୁଅ ସଞ୍ଜୟ ବୟସ ୩୩ ହୋଇଥିବା ବେଳେ ସେ ଆଜି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରବଳ ସ୍ରୋତରେ ଭାସିଯାଇ ଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ବହୁତ ଖୋଜାଖୋଜି କରିବା ପରେ ନଦୀ ଗର୍ଭରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଆଜି ତାଙ୍କ ବାସଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସମାଜସେବୀ କୈଳାସ ସେଠୀ, ନନ୍ଦକିଶୋର ସାମଲ,ସୟଦପୁର ସରପଞ୍ଚ ରାଜା ଭାଇ, ବିଂଝାରପୁର ସରପଞ୍ଚଙ୍କ ପ୍ରତିନିଧି ଲୁନା ସାହୁ,ଗଣନାଥ ନାୟକ,ସେକ ଏରସାଦ,ପ୍ରଦୀପ ମଲ୍ଲିକ, ପ୍ରମୁଖ ଯୋଗଦେଇ ଥିଲେ । ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶୋକସ୍ନପ୍ତ ପରିବାରକୁ ଆଶ୍ଵସନା ଦେଇଥିଲେ ଓ ସରକାରୀ ସୁବିଧା ଯାହାଥିବ ତାହା ଶିଘ୍ର ଦେବାକୁ ଉଦ୍ୟମ କରିବେ ଏବଂ ମୃତକଙ୍କ ପରିବାରକୁ ଆର୍ଥୀକ ସାହାଯ୍ୟ ପ୍ରଦାନ କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




