ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ବାର୍ଷିକ ବୈଠକ ଅନୁଷ୍ଠିତ
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରୋଗୀ କଲ୍ୟାଣ ସମିତିର ସଂଯୋଜକ ଡଃ କ୍ଷିତୀଷ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ଉପାଧ୍ୟକ୍ଷ ସେକ ଏରସାଦ,ସିଡିପିଓ ରୁକ୍ମିଣୀ ସାହୁ, ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ସ୍ବାସ୍ଥ୍ୟ ସେବା ସମ୍ବନ୍ଧୀୟ ଆଲୋଚନା କରିଥିଲେ।ଏହି ବୈଠକରେ ବିଂଝାରପୁର ବିଧାୟିକା ତଥା ଓଡ଼ିଶାର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକମାନଙ୍କର ସମସ୍ୟାର ସମାଧାନ ପାଇଁ ଉପରୋକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଂଝାରପୁର ସରପଞ୍ଚ ଆଶାଲତା ସାହୁ, ସୟଦପୁର ସରପଞ୍ଚ ଏମଡି ସବିର, ଅଶୋକ ସାହୁ, ହରମୋହନ ମହାନ୍ତି, ଶ୍ରୀନିବାସ କର ପ୍ରମୁଖ ଯୋଗଦେଇ ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




