ମା ଟାଙ୍ଗରାଣୀ ପାଟ ପୀଠରେ ଚଇତି ପର୍ବ….. 



କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଠାରେ ବିରାଜମାନ ହୋଇଥିବା ମା ଟାଙ୍ଗରାଣୀ ପାଟ ପୀଠରେ ଖୁବ ଧୁମ ଧାମରେ ଚଇତି ପର୍ବ ପାଳନ କରାଯାଇଛି l ଅସହ୍ୟ ଗ୍ରୀଷ୍ମ ପ୍ରବହାକୁ ଆଖି ଆଗରେ ରଖି କୌଣସି ଶ୍ରଦ୍ଧାଳୁ ଯେମିତି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା l ପ୍ରଚୁର ପରିମାଣରେ ପାଣି ସହିତ ପଣାର ସୁବ୍ୟବସ୍ଥା କରାଯାଇଥିଲା l ଶ୍ରଦ୍ଧାଳୁ ମାନେ ମହା ଆନନ୍ଦ ରେ ମା ଙ୍କ ପ୍ରସାଦ ସହିତ ପଣା ପିଇ ଆନନ୍ଦ ଉପଭୋଗ କରୁଥିଲେ l ମା ଟାଙ୍ଗରାଣୀ ପାଟ ଙ୍କ ବାର୍ଷିକ ପର୍ବ ଚଇତି ପର୍ବ ରେ ଆଖ ପାଖ ତଥା ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ମା ଙ୍କ ଦର୍ଶନ କରିବା ସହିତ ବିଭିନ୍ନ ଗୁହାରି କରିଥାନ୍ତି l ଭକ୍ତି ମନରେ ବିଶ୍ୱାସ ର ସହିତ ମାନସିକ କରିଲେ ମା ନିଶ୍ଚୟ ପୂରଣ କରିଥାନ୍ତି l ଏହି ବିଶ୍ୱାସ ରେ ପ୍ରତିଦିନ ମା ଙ୍କ ପୀଠଟି ଗହଳି ଲାଗି ରହିଥାଏ l ଏହି ଚଇତି ପର୍ବରେ ଅଧିକ ଭକ୍ତ ସମାଗମ ହେଉଥିବା ଯୋଗୁଁ ଶାନ୍ତି ଶୃଙ୍ଖଳା ରେ କେମିତି ଭକ୍ତ ମାନେ ମା ଙ୍କୁ ଦର୍ଶନ କରିଯିବେ, ସେଥିପାଇଁ ପ୍ରଶାସନ ତରଫରୁ ତୁରୁମୁଙ୍ଗା ପୋଲିସ ନିୟୋଜିତ ହୋଇ ମା ଙ୍କ ଚଇତି ପର୍ବ କୁ ଶୃଙ୍ଖଳା ର ସହିତ ପାଳନ କରିବା ପାଇଁ ପୂର୍ଣ୍ଣ ସହଯୋଗ ରହିଥାଏ l
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ବାରିକ ଙ୍କ ସହ ଦେବାନନ୍ଦ ମହାନ୍ତ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




