ପାନୀୟ ଜଳ ପାଇଁ ଡହଳ ବିକଳ ମହୀଧରପୁର ଗ୍ରାମବାସୀ



ରାଜନୈତିକ ଆକ୍ରୋଶ ର ଶିକାର ହେଉଛନ୍ତି ଗ୍ରାମବାସୀ
୧୦ ହାଜର ଦିଅ ପାଣି ଟେପ୍ ନିଅ ଅଭିଯୋଗ କଲେ ଗ୍ରାମବାସୀ
ଅନୁଗୋଳ ଜିଲ୍ଲା :ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ଗ୍ରାମରେ ଗ୍ରାମବାସୀ ଙ୍କର ମୌଳିକ ସମସ୍ୟା ମଧ୍ୟରୁ ପାନୀୟ ଜଳ ସମସ୍ୟା ହେଉଛି ପ୍ରମୁଖ ସମସ୍ୟା। ପଞ୍ଚାୟତରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଦୁଇଟି ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଗ୍ରାମବାସୀ ଙ୍କର ଜଳ ସମସ୍ୟା ଦୂର କରି ପାରୁନି। ପାନୀୟ ଜଳ ପାଇଁ ଗ୍ରାମବାସୀ ମାନେ ଡହଳ ବିକଳ ହେଉଛନ୍ତି। ଏହି ବସୁଧା ଯୋଜନାକୁ ବିଧାୟକ ରଜନୀକାନ୍ତ ସିଂହ ନିଜ କରକମଳରେ ଉଦ୍ଘାଟନ କରିଥିଲେ।ଏହି ପ୍ରକଳ୍ପ ଶେଷ କାର୍ଯ୍ୟ ୨୦୧୯ ମସିହା ଥିବା ବେଳେ ଏହା କାର୍ଯ୍ୟ ଶେଷ ୨୦୨୧ ମସିହାରେ ହୋଇଥିଲା । ଏହି ଯୋଜନାର ଉଦେଶ୍ୟ ଥିଲା ମହୀଧରପୁର ଗ୍ରାମରେ ପ୍ରତି ଘରକୁ ପାନୀୟ ଜଳଯୋଗାଣ ପାଇପ ଯୋଗେ କରାଯିବ। ପ୍ରକଳ୍ପରୁ ପଞ୍ଚାୟତ କେତେକ ସାହିକୁ କିଛି ମାସ ସାମୁହିକ ଟ୍ୟାପରେ ପାଣି ଯୋଗାଣ ହୋଇଥିଲା କିନ୍ତୁ ଗତ ଏକ ମାସ ଧରି ମହୀଧରପୁର ପଞ୍ଚାୟତର କେତେକ ସାହିକୁ ପାଣି ଆସୁନଥିବା ବେଳେ ଅନ୍ୟ କେତେକ ସାହିକୁ ପାଣି ଦିନେ ଛାଡ଼ି ଦିନେ ପାଣି ଆସୁଛି। ଶେରେଣାବେଡ଼ା ଓ ଶାଳଗାଁ କୁ ପାଣି ଘର ସମ୍ମୁଖ ଟ୍ୟାପ କୁ ମାତ୍ର ୨୦ ଦିନ ପାଣି ଆସିଥିଲା ପରେ ବନ୍ଦ ରହିଥିଲା ପାଣି ଯୋଗାଣ। ଏନେଇ ଗ୍ରାମବାସୀ ବହୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ଆଜି ପର୍ଯ୍ୟନ୍ତ। ଗ୍ରାମର ମୌଳିକ ସମସ୍ୟ ମଧ୍ୟରୁ ଭାବେ ପାନୀୟ ଜଳ ସମସ୍ୟା ହେଉଛି ପ୍ରମୁଖ ସମସ୍ୟା। ସରକାରୀ ଓ ଘରୋଇ ନଳକୂପରୁ ପାଣି ବାଲ୍ଟିଏ ବାହାରିବା ବହୁ କଷ୍ଟକର ହୋଇପଡିଛି। ପିଇବା ପାଣି ଟୋପାଏ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଘୋର ପାନୀୟ ଜଳ ସଙ୍କଟ ପାଇଁ ଗ୍ରାମବାସୀ ମାନେ ପୋଖରୀରୁ ଅପରିଷ୍କାର ପାଣି ଆଣି ବ୍ୟବହାର କରୁଥିବା ବେଳେ ଅନ୍ୟ କେତେକ ଲୋକ ଟଙ୍କା ଠୋଳ କରି ପାଣି ଟ୍ୟାଙ୍କର ମଗାଇ ପାଣି ବ୍ୟବହାର କରୁଛନ୍ତି।ଅପରିଷ୍କାର ପାଣି ବ୍ୟବହାର କରି ରୋଗର ଶିକାର ହେଉଛନ୍ତି ବୋଲି ଲୋକ କହୁଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

