ଅପରେସନ ଲାଗି ୪୦ହଜାର ଟଙ୍କା ମାଗି ହଟହଟା ହେଲେ ଡାକ୍ତର
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅସ୍ଥି ଶଲ୍ୟ ବିଭାଗରେ ଜଣେ ଆଦିବାସୀ ମହିଳାଙ୍କ ପୁଅର ଅପରେସନ ଲାଗି ଜଣେ ଡାକ୍ତର ୪୦ହଜାର ଟଙ୍କା ଲାଞ୍ଚ ମାଗି ଖୁବ୍ ହିନସ୍ତା ହୋଇଛନ୍ତି। ଏହି ଡିଏମଏଫ୍ ଡାକ୍ତର ଆଗରୁ ଅନେକ ଲୋକଙ୍କୁ ଲୁଟି ଆସୁଥିଲେ ହେଲେ ପ୍ରଶାସନ ନୀରବ ଥିଲା। ରୋଗୀ ଗୋଡ ହାତ ଭାଙ୍ଗି ଏଠାରେ ଆଡ଼ମିଶନ ହେଲେ ଡ଼ାକ୍ତରଖାନାରେ ଅପରେସନ ନକରି ବାହାରେ ଘରୋଇ ନର୍ସିଂହୋମରେ ଅପରେସନ କରାଯାଏ। ସେ ବାବଦରେ ଦଲାଲ ଡାକ୍ତର ଘରୋଇ ଡାକ୍ତରଖାନାରୁ ଭଲ ପାଉଣା ପାଆନ୍ତି। ଗରିବ ରୋଗୀଙ୍କ ସ୍ୱାସ୍ଥ୍ୟ କାର୍ଡକୁ ଘରୋଇ ନର୍ସିଂ ହୋମ୍ ଉପଯୋଗ କରି ଟଙ୍କା ହଡ଼ପ କରନ୍ତି। ଏହିପରି ଗୋଟେ ବଡ଼ ସ୍କାମ କେନ୍ଦୁଝରରେ ଚାଲିଛି। ଏହି କଥା କେନ୍ଦୁଝର ମୂଖ୍ୟ ଚିକିତ୍ସାଧିକାରୀ ଜାଣିଥିଲେ ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି। ତେବେ ଏଥର ଗରିବ ମହିଳା ଜଣକ ଏତେ ଟଙ୍କା ଲାଗି ଅସହାୟ ହୋଇ ପଡିଥିବା ବେଳେ କୌଣସି ସୂତ୍ରରୁ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତାମାନେ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରି ଥିଲେ। ଉକ୍ତ ଲାଞ୍ଚୁଆ ଡାକ୍ତର ଅନୀଲ ପଣ୍ଡା ଓକିଲ ମାନଙ୍କୁ ହାତ ଯୋଡ଼ି ଥିଲେ। ଆଗରୁ ଏହି ଅସ୍ଥି ଶଲ୍ୟ ବିଭାଗରେ ଯୌନ କାଳେଙ୍କାରୀ ଧରା ପଡ଼ିଥିଲା ଯାହାକୁ ସିଡିଏମଓ ବିଭାଗୀୟ ତଦନ୍ତ କହି ଚାପି ଦେଇଥିଲେ। ପୁଣି ରୋଗୀକୁ ବାହାରେ ଫିଙ୍ଗା ଘଟଣା ମଧ୍ୟ ଧରା ପଡ଼ିଥିଲା। ରୋଗୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ପୁଣି କିପରି ଚର୍ଚ୍ଚ ଛକ ଓ କଲେଜ ରୋଡ ବଣିଆପାଟ ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଲାଗି ଲୋକେ ଦାବି କରିଛନ୍ତି। ଏହି ସବୁ ବେଆଇନ ଡ଼ାକ୍ତରଖାନାରେ କିଛି ସୁବିଧା ନଥିଲା ବେଳେ କେବଳ ରୋଗୀଙ୍କୁ ଲୁଣ୍ଠନ ହେଉଛି ବୋଲି ଗୁରୁତର ଅଭିଯୋଗ ହେଉଛି। ଏଥର ଏହି ଲାଞ୍ଚୁଆ ଡାକ୍ତରଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠନ ହେଉଛି ଦେଖିବାକୁ ଜନତା ଚାହିଁ ବସିଛନ୍ତି।


କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ଜାଗ୍ରତ ଭାରତ ନ୍ୟୁଜ୍


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

