ବିଶିଷ୍ଟ ସମାଜସେବୀ ତଥା ଛାତ୍ରନେତାଙ୍କ ପରଲୋକ
ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ସଦର ବିଧାୟକ
ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ତଳମୂଳ ଗ୍ରାମ ତଥ ବଅଁରପାଳର ବିଶିଷ୍ଟ ସମାଜସେବା ଦକ୍ଷ ସଙ୍ଗଠନ ତଥା ଛାତ୍ରନେତା କୁଞ୍ଜ ବିହାରୀ ତ୍ରିପାଠୀଙ୍କ ବିୟୋଗରେ ସ୍ଥାନୀୟ ଅ ଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତଃ ତ୍ରିପାଠୀ ଜଣେ ପରିଚିତ ବ୍ୟବସାୟୀ ହୋଇଥିବା ବେଳେ ୧୯୭୬ ମସିହାରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ଛାତ୍ରନେତାଭାବରେ ବେଶ ପ୍ରୀୟ ଥିଲେ ।ମେରାମଣ୍ଡଳୀ ଶିକ୍ଷା କରେ ବେଶ ପରିଚିତ ଥିବା ସମାଜସେବୀ ସ୍ଵର୍ଗତଃ ଧଳ ଆ ଳିତ କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ଉପସଭାପତି ଭାବରେ କାର୍ଯ୍ୟକରିବା ସହିତ ଓଡିଶା କ୍ରସର ସଙ୍ଘର ସଭ୍ୟ,ଗୁଡିଆକାଟେଣୀ କ୍ରସର ସଙ୍ଘରେ କାର୍ଯ୍ୟ କରି ପରିଚିତ ଥିଲେ । ଦିର୍ଘଦିନ ହେବ କର୍କଟରୋଗରେ ପିଡିତ ହୋଇ ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସୋମବାରତାଙ୍କର ପରଲୋକ ଘଟିଛି ।ତାଙ୍କ ମୃତ୍ୟୁ ବେଳକୁ ବଡଭାଈ ବନବିହାରୀ ତ୍ରିପାଠୀ,ପୁଅସୋନୁ ତ୍ରିପାଠୀ,ପୂତ୍ର ବଧୁ, ପୁତୁରା ଚିନ୍ଦୁ ତିପ୍ରାଙ୍କ ସହିତ ପିଲାଦିନର ସାଙ୍ଗ ଭାବରେ ମତେନ୍ଦ୍ର ସାହୁ,ଦିନୋଦ ସାହୁ,ଅଖିଳ ମହାପାତ୍ର,ଭଞ୍ଜନ ସାହୁ, ରବି ନାରାୟଣ ସାହୁ,ବିଜୟ ଧଳ,କୌରାଙ୍ଗ ରାଉତ,ନାରାୟଣରାଉତ,ବଟକୃଷ୍ଣ ସାମଲ ଉପସ୍ଥିତ ରହିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅ ଳରେ ଶୋକର ଛାୟାଖେଳିଯିବା ସହିତ ଏକ ଶୋଭାଯାତ୍ରା କରାଯାଇ ଶେଷରେ ତାଙ୍କ ଜନ୍ମମାଟି ତଳମୁଳରେ ଶେଷକୃତାସମ୍ପନ୍ କରାଯାଇଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଦିଶିଷ୍ଟ ଶିଳ୍ପପ୍ରତି ଗଙ୍ଗାଧର ସାମଲ ଉପସ୍ଥିତ ଥିବା ବେଳେ ପୂର୍ବତନ ପୌରାଧ୍ୟକ୍ଷ ଇନ୍ଦ୍ରମଣି ବେହେରା, ସଦର ବିଧାୟକ ସୁଧୀର କୁମାର ସାମଲ, କୃଷକ ମୋର୍ଚ୍ଚା ସଭାପତି ନରୋ ମ ସାହୁ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।





