ମଧ୍ୟାହ୍ନ ଭୋଜନ ପୋକରା ଚାଉଳ ଡ୍ରଷ୍ଟପିନ ରେ ପକା ଳୁ ନେଇ ହିନ ରାଜନୀତି )
ଜଗତସିଂହପୁର
ତା =29/5/23
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପିତେଇପୁର ସ୍ଥିତ ମା କନକଦୁର୍ଗା ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ପୋକରା ଚାଉଳ ଡ୍ରଷ୍ଟ ପିନ ରେ ଫିଙ୍ଗା କୁ ନେଇ କେତେକ ଖଳ ପ୍ରକୁତି ର ହିନ ରାଜନୈତିକ ବ୍ୟକ୍ତି ଙ୍କ କାର୍ଯ୍ୟକଳାପ ହାଟରେ ପଡି ଦାଣ୍ଡରେ ଗଡୁଛି | ଏହି ଖଳ ପ୍ରକୁତି ର ବ୍ୟକ୍ତି ମାନେ ବ୍ୟକ୍ତିଗତ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ବିଦ୍ୟାଳୟ କୁ ନେଇ ହିନ ରାଜନୀତି କରୁଥିବା ଏବେ ଉକ୍ତ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି |ଖବର ନେବାରେ ଜଣାଯାଇଛି ମା କନକଦୁର୍ଗା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଆରତୀ ରାଉତ ଙ୍କ ର ଅନ୍ୟତ୍ର ବଦଳି ହେବାରୁ ଗତ 26ତାରିଖ ଦିନ ବିଦ୍ୟାଳୟ ର ସମସ୍ତ କାଗଜ ପତ୍ର ପ୍ରସ୍ତୁତ କରୁଥିଲେ |ଏହି ସମୟରେ ପିଅନ ସୁବାଷ ବାରିକ ବିଦ୍ୟାଳୟ ର ଷ୍ଟକ ରୁମ ଝାଡୁ ମାରି ପରିଷ୍କାର ପାରିଛନତା କାର୍ଯ୍ୟ କରୁଥିଲେ | ତଳେ ପଡ଼ିଥିବା ବଳକା ପୋକରା ଚାଉଳ କୁ ପ୍ରଧାନ ଶିକ୍ଷୟତ୍ରୀ, ସରପଞ୍ଚ, ସମିତି ସଭ୍ୟ ଙ୍କ ଉପସ୍ଥିତ ରେ ଡ୍ରଷ୍ଟପିନ ରେ ପକାଇଥିଲେ |ଏହି ସମୟରେ ବ୍ୟକ୍ତିଗତ ଆକ୍ରସ ରଖି ପୋକରା ଚାଉଳ କଣ ପାଇଁ ଡ୍ରଷ୍ଟପିନ ରେ ପକାଯାଉଛି ବୋଲି ପ୍ରଶ୍ନ କରି ଜୈନିକ ବ୍ୟବସାୟୀ ତର୍କ ବିତର୍କ କରିଥିଲେ | ଏଥିନେଇ ଚାପା ଉତେଜନା ଦେଖାଯାଇଥିଲା | ବିଶେଷ ସୂତ୍ରରୁ ପ୍ରକାଶ ଏହି ବ୍ୟବସାୟୀ ଜଣକ ବିଦ୍ୟାଳୟ ସମୁଖ ରେ ଗୁଡକା, ଖାଇନି ଆଦି ବ୍ୟବସାୟ କରୁଥିଲେ |ପ୍ରଧାନ ଶିକ୍ଷୟତ୍ରୀ ଏହା କୁ ସମ୍ପୂର୍ଣ ବାରଣ କରିଥିଲେ | ଏଥିନେଇ ବ୍ୟବସାୟୀ ଜନକ ପ୍ରଧାନ ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟ କୁ ବଦନାମ କରିବାକୁ ହିନ ଉଦ୍ୟମ କରିଥିବା ବିଶେଷ ସୂତ୍ରରୁ ଜଣା ପଡିଛି |କେବଳ ସେତିକି ନୁହେଁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ୬ ମାସ କାର୍ଯ୍ୟ ରେ ଯୋଗଦେବା ପରେ ବିଦ୍ୟାଳୟ ରେ ଅନେକ ଉନ୍ନତି କରଣ କାର୍ଯ୍ୟ କରାଯାଇଛି |ପାଠ ପଢ଼ାରେ ସୁଧାର ଆସିଛି |ପାରିପାର୍ଷିକ ଉନ୍ନତି କରଣ କାର୍ଯ୍ୟର ଅଭିବୃଦ୍ଧି ଘଟିଛି ତେଣୁ ଏଥିନେଇ ଅନେକ ଖଳ ପ୍ରକୁତିର ଲୋକ ହିର୍ଷା ପରାୟଣ ହୋଇ ବିଦ୍ୟାଳୟ କୁ ବଦନାମ କରୁଛନ୍ତି ବୋଲି ସରପଞ୍ଚ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





