“ ମୋ – ଘର ” ଯୋଜନାର କ୍ୟାବିନେଟ ମୋହର
” ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ” ଏହି ପ୍ରତିଶ୍ରୁତିକୁ ପୂରଣ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ନୂତନ ଯୋଜନା ‘ ମୋ ଘର’କୁ ଅନୁମୋଦନ କରିଛନ୍ତି ।
ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ବାରା ବାଦ୍ ପଡିଥିବା ପରିବାର କିମ୍ବା ସ୍ବଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଏହି ନୂତନ ଯୋଜନାରେ ଉପକୃତ ହୋଇପାରିବେ । ସେହିପରି ବିଗତ ବର୍ଷରେ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ ।
ଯୋଜନାର ବୈଶିଷ୍ଟ୍ୟ :
• ଆବେଦନକାରୀଙ୍କୁ ସରକାରଙ୍କ ସବସିଡି ଥିବା ଗୃହ ଋଣ ମିଳିଥାଏ । ସବସିଡି ରାଶି ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କର ନିଜସ୍ବ ପାଣ୍ଠିରୁ ପ୍ରଦାନ କରାଯାଇଥାଏ ।
• ଏହି ଯୋଜନାରେ ନୂଆ ଘର ନିର୍ମାଣ କିମ୍ବା ବର୍ତ୍ତମାନ ଗୃହର ସମ୍ପ୍ରସାରଣ / ଉନ୍ନତିକରଣ / ସମ୍ପୂର୍ଣ୍ଣକରଣ କରାଯାଇଥାଏ ।
• ଏହି ଯୋଜନାରେ ହିତାଧ୍ୟାକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇଥାଆନ୍ତି । ପ୍ରଥମ ବର୍ଷର ରିହାତି ଅବଧୂକୁ ବାଦ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହୁଏ । ଏହି ଯୋଜନାରେ ୧ ଲକ୍ଷ , ୧.୫ ଲକ୍ଷ , ୨ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଛି , ଯାହା ମଧ୍ୟରୁ ଆବେଦନକାରୀ କୌଣସି ଗୋଟିଏ ପ୍ରକାରର ରଣକୁ ବାଛିଥାଆନ୍ତି ।
ଯୋଗ୍ୟତା ମାନଦଣ୍ଡ :
ନିମ୍ନଲିଖତ ପରିବାରବର୍ଗ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି :
• ଯଦି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରି ଥିବା କଂକ୍ରିଟ ଛାତ ଘରେ ବସବାସ କରୁଥିବେ ।
• ଯଦି ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନଥିବେ ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ରାଶି ପାଇଥବେ । ଯଦି ପରିବାରର ମାସିକ ଆୟ ୨୫ , ୦୦୦ ଟଙ୍କାରୁ କମ୍ ଥିବ ।
• ଯଦି ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟରଚାଳିତ ଚାରି ଚକିଆ ଯାନ ନଥିବ ।
• ଯଦି ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ ।
• ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବା ପରିବାର । ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ଋଣର ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ ଏବଂ ସମାଜର ଅପେକ୍ଷାକୃତ ଦୁର୍ବଳ ବର୍ଗଗୁଡିକ ଯଥା ଅନୁସୂଚିତ ଜାତି / ଜନ ଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ରାଶି ପ୍ରଦାନ କରିବେ ।
ଆଜି ରାଜ୍ୟ କ୍ୟାବିନେଟ ଏହି ଯୋଜନାରେ ନିମ୍ନୋକ୍ତ ସବସିଡି ରାଶିକୁ ଅନୁମୋଦନ କରିଛନ୍ତି ।
କ୍ରମିକ
ହିତାଧ୍ୟାକାରୀଙ୍କ ଋଣ ଖାତାକୁ ଦିଆଯାଉଥିବା ଏହି ସବସିଡିସେମାନଙ୍କର ଋଣ ପରିଶୋଧ ବାବଦ ମାସିକ କିଛି ( EMI ) ରେ ଉଲ୍ଲେଖନୀୟ ହ୍ରାସ ଘଟାଇବ ଏବଂ ଋଣ ପରିଶୋଧକୁ ଅଧିକ ସୁଗମ କରିପାରିବ ।
• ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କଠାରୁ ଋଣ ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରାଯିବ ନାହିଁ ।
• ହିତାଧ୍ୟାକାରୀଙ୍କ ଆର୍ଥିକ ବୋଝକୁ ଆହୁରି ହ୍ରାସ କରିବାକୁ ଯାଇ , ରାଜ୍ୟସରକାର ବନ୍ଧକ ସମୟରେ ଆବଶ୍ୟକ ପଞ୍ଜିକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ଛାଡ୍ କରିଛନ୍ତି । ସେହିପରି ରଣ ନିମନ୍ତେ ସବ୍ – ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଆବଶ୍ୟକୀୟ ଦସ୍ତାବିଜର ପ୍ରମାଣୀକୃତ ନକଲ , ଇ.ସି. ଇତ୍ୟାଦି ପାଇବା ପାଇଁ ଆବଶ୍ୟକ ଦେୟକୁ ମଧ୍ୟ ସରକାର ଛାଡ କରିଛନ୍ତି ।
• ଋଣ ଆବେଦନ ନିମନ୍ତେ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ସର୍ବାଧିକ ୧ ହଜାର ଟଙ୍କା ରାଜ୍ୟ ସରକାର ବହନ କରିବେ ।
ଏହି ଯୋଜନାରେ ପୂର୍ବରୁ ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ , ବିଦ୍ୟୁତ
ଯୋଗାଣ ଓ ପାନୀୟ ଜଳ ଇତ୍ୟାଦି ଅନ୍ୟ ଯୋଜନାରେ ମଧ୍ୟ ସାମିଲ କରାଯିବ ।
ଯୋଜନାର କାର୍ଯ୍ୟକାରୀତା :
• ଏହି ଯୋଜନାରେ ଆବେଦନ ଗ୍ରହଣ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ୱେବସାଇଟ https://rhodisha.gov.in/moghara କାର୍ଯ୍ୟକ୍ଷମ କରାଯାଉଛି । ଏହି ୱେବସାଇଟ ମାଧ୍ୟମରେ ରଣ ଆବେଦନ ତଦାରଖ ଏବଂ ପରିଚାଳନା କରାଯାଇ ପାରିବ ।
• ଋଣ ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଆବେଦନ କରିବା ପୂର୍ବରୁ ଏହି ୱେବସାଇଟ୍ ରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ ଯାହା OTP ମାଧ୍ୟମରେ ବୈଧ ହୋଇଥାଏ ।
• ଆସନ୍ତା ଜୁନ ମାସ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ ।
• ଆବେଦନକାରୀ ନିଜେ କିମ୍ବା ” ମୋ ସେବା କେନ୍ଦ୍ର ” ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରି ପାରିବେ ।
• ଆବେଦନପତ୍ର ଦାଖଲ ସମୟରେ ଆବେଦନକାରୀଙ୍କୁ ପାସପୋର୍ଟ ଆକାରର ଫଟୋ , ଆଧାର କାର୍ଡ , KYC ଡକ୍ୟୁମେଣ୍ଟ୍ ( ଭୋଟରା D , ପାନ୍ କାର୍ଡ , ଜବ୍ କାର୍ଡ , ଡ୍ରାଇଭିଂ ଲାଇସେନ୍ସ ) , ଜମି ରେକର୍ଡ , ଜାତି ପ୍ରମାଣପତ୍ର , ଭିନ୍ନକ୍ଷମ ପ୍ରମାଣପତ୍ର , ଆୟ ପ୍ରମାଣପତ୍ର ଇତ୍ୟାଦି କାଗଜାତ ସଂଲଗ୍ନ କରିବାକୁ ହୋଇଥାଏ ।
ଆବେଦନକାରୀ ରଣ ପରିମାଣର ଅନ୍ତତଃ ୧୦ % ଅର୍ଥ ରାଶି ମାର୍ଜିନ ଅର୍ଥ ( Margin Money ) ହିସାବରେ ବିନିଯୋଗ କରିବେ । ଏହି ସର୍ବନିମ୍ନ ଅର୍ଥ ( Margin Money ) କୁ ଆବେଦନକାରୀ ଶ୍ରମଦାନ , ଗୃହ ନିର୍ମାଣ ସାମଗ୍ରୀ କ୍ରୟ କିମ୍ବା ଅର୍ଥ ଆକାରରେ ବିନିଯୋଗ କରିପାରିବେ ।
• ଗୃହ ନିର୍ମାଣ କରାଯାଉଥବା ଜମିର ସତ୍ତ୍ବ ସଠିକ ଥାଇ ସ୍ଥିତିବାନ ବର୍ଗର ଓ ଘରବାରୀ କିସମର ହୋଇଥିବା ଆବଶ୍ୟକ । ଏହି ଜମିକୁ ଆବେଦନକାରୀଙ୍କୁ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଋଣ ପରିଶୋଧ ପର୍ଯ୍ୟନ୍ତ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ହୁଏ ।
• ଗୃହ ନିର୍ମାଣ ସ୍ତର ଅନୁସାରେ ରଣ ରାଶି ୨ / ୩ ପର୍ଯ୍ୟାୟରେ ପ୍ରଦାନ କରାଯାଇଥାଏ । ହିତାଧିକାରୀ ଇଚ୍ଛାକଲେ ୧୦ ବର୍ଷ ପୂର୍ବରୁ ମଧ୍ୟ ଋଣ ପରିଶୋଧ କରିପାରିବେ ଓ ମାସିକ କିଛି ରାଶିର ପରିମାଣ ବୃଦ୍ଧି କରି ପାରିବେ । ବ୍ୟାଙ୍କ ହିତାଧିକାରୀଙ୍କ ଠାରୁ ପ୍ରାକ ଋଣ ପରିଶୋଧ ବାବଦ କୌଣସି ଜୋରିମାନା ଅର୍ଥ ଆଦାୟ କରିପାରିବେ ନାହିଁ ।
ବିତ୍ତୀୟ ପ୍ରଭାବ
ପ୍ରାୟ ୪ ଲକ୍ଷ ହିତାଧ୍ୟାକାରୀଙ୍କ ( ପ୍ରତି ସ୍ତରର ଋଣ ପାଇଁ ୧ ଲକ୍ଷ ହିତାଧ୍ୟାକାରୀ ) ପାଇଁ ଦୁଇ ବର୍ଷରେ ମଧ୍ୟରେ ୨୧୫୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଅଛି ।




