(ଝଙ୍କଡ଼ ସାରଳା ମନ୍ଦିରର ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେତହସିଲଦାର ଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ)
ତା= ୫/୬/୨୦୨୩।
ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରର ପବିତ୍ରତା ରକ୍ଷା, ଯାତ୍ରୀ ମାନଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କନକପୁର ସ୍ଥିତ ଝଙ୍କଡ଼ ବିଶ୍ରମାଗାର ସଭାଗୃହ ରେ ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଗତ ଚନ୍ଦନଯାତ୍ରା ସମୟରେ ବାଣ ବିସ୍ପୋରଣ ଅଘଟଣ ଓ ମନ୍ଦିରର ଜୈନିକ ସେବାୟତ ଙ୍କ ଦ୍ଵାରା ଜଣେ ବିବାହିତା ମହିଳା ଙ୍କୁ ଅସଦା ଚରଣ ଆଦି ଘଟଣା ବିଭିନ୍ନ ଗଣମାଧ୍ୟମରେ ବହୁଳଭାବରେ ପ୍ରଚାର ପ୍ରସାର କରାଯାଇ ସାରା ରାଜ୍ୟରେ ବ୍ୟାପକ ଚର୍ଚ୍ଚା ହେବା ଫଳରେ, ପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଛି । ଏହି ବୈଠକରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା , ତିର୍ତ୍ତୋଲ ଥାନା ଆଇ ଆଇ ସି ଯୁଗଳ କିଶୋର ଦାସ ଙ୍କ ସମେତ ମନ୍ଦିରର ବଡ଼ପଣ୍ଡା ପ୍ରଜ୍ଞାଦିପ୍ତ ପଣ୍ଡା, ମୁଖ୍ୟପୂଜକ ରଞ୍ଜନ କୁମାର୍ ପଣ୍ଡା, ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡା, ପୂର୍ବତନ ପରିଛା ରଘୁନାଥ ପଣ୍ଡା, ସେବାୟତସଂଘ୍ ସଭାପତି ବିଜୟ କୁମାର ରାଉଳ ବରିଷ୍ଠ ସେବାୟତ ସଚ୍ଚିଦାନନ୍ଦ ନାୟକ, ଲକ୍ଷ୍ମୀଧର ମହାପାତ୍ର , ତ୍ରିଲୋଚନ ରାଉଳ, ହରେକୃଷ୍ଣ ନାୟକ , ଅଜୟ କୁମାର ରାଉଳ , ବିଶ୍ବରଂଜନ ରାଉଳ, ରମେଶ ଚନ୍ଦ୍ର ରାଉଳ, ରଶ୍ମିରଞ୍ଜନ ରାଉଳ, ସାରଦା ପ୍ରସାଦ ରାଉଳ ଓ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ , ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିବାବେଳେ, ଯାତ୍ରୀ ମାନଙ୍କ ସୁରକ୍ଷା, ଯାତ୍ରୀ ମାନଙ୍କୁ ଭଦ୍ରୋଚିତ ଉତ୍ତମବ୍ୟବହାର ପ୍ରଦର୍ଶନ ସହିତ, ମାଆଙ୍କ ନୀତିକାନ୍ତି ର ସୁପରିଚାଳନା , ଅନିତି ଓ ବିଶୃଙ୍ଖଳା ସୃଷ୍ଟି କରିଥିବା ସେବାୟତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଓ ପୀଠ ର ପବିତ୍ରତା ରକ୍ଷା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବିଧିବ୍ୟବସ୍ଥାର ପ୍ରଚଳନ ବିଷୟ ରେ ଆଲୋଚନା କରାଯାଇ ପଣ୍ଡା ସେବକ ମାନଙ୍କୁ ନେଇ ମୁଖ୍ୟକମିଟି ଓ ସବକମିଟି ମାନ ଗଠନ କରାଯାଇଥିଲା ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





