ଯୋଡ଼ାଥାନା ଅନ୍ତର୍ଗତ ସୁନାନଦୀରୁ ବ୍ୟବସାୟୀଙ୍କ ମୃତଦେହଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ସୁନାନଦୀରୁ ମସଲା ବେପାରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା।ଯୋଡ଼ା ୱେଷ୍ଟ ପାଦଚଲା ପୋଲ ତଳେ ଥିବା ନଦୀରୁ ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା।
ମୃତକ କୁନ୍ଦୁରନାଲା ବସ୍ତିର ମସଲା ବେପାରୀ ରାଜନନ୍ଦନ ଚୌଧୁରୀ ଓ ତାଙ୍କ ବୟସ ପାଖାପାଖି ୫୮ବର୍ଷ ହୋଇଥିବା ନେଇ ସୂଚନା ତେବେ ସେ ଆଜି ସମୟରେ ମର୍ଣିଂ ୱାକ୍ରେ ଯାଇଥିବା ନେଇ ସୂଚନା ଓ ପାଖାପାଖି ସାଢ଼େ ୬ଟା ସମୟରେ ନଦୀରୁ ତାଙ୍କ ମୃତ ଦେହ ମିଳିଥିବା ବେଳେ ଏହା ଏକ ସୁକଳ୍ପିତ ହତ୍ୟା, ବା ଆତ୍ମହତ୍ୟା ନା ଦୁର୍ଘଟଣା ତାହା ସନ୍ଦେହ ଘେରରେ। ତେବେ ଘଟଣା ସ୍ଥଳରେ ଯୋଡ଼ା ପୋଲିସ୍ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କ ସହାୟତାରେ ମୃତ ଦେହକୁ ନଦୀରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପାରିପାର୍ଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଦିଗକୁ ନେଇ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



