(ଜଗତସିଂହପୁର ପୌରାଅଞ୍ଚଳର ଅନୁସୂଚିତ ଜାତି, ଜନଜାତି ଛାତ୍ର ଛାତ୍ରୀ ମାନଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା )
ଜଗତସିଂହପୁର
ତା =6/6/23
ଜଗତସିଂହପୁର ପୌରା ଅଞ୍ଚଳ ର ମାର୍କଣ୍ଡପୁର, ଦଶ ନମ୍ବର ଏବଂ ଚର୍ଚ୍ଚିକା ବଜାର କେନାଲ ପାର୍ଶ୍ଵ ରେ ଦୀର୍ଘ ଦିନ ବସ ବାସ କରୁଥିବା ଅନୁସୂଚିତ ଜାତି -ଜନଜାତି ଛାତ୍ର ଛାତ୍ରୀ ମାନଙ୍କୁ ଜଗତସିଂହପୁର ତହସିଲଦାର ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରୁନାହାନ୍ତି | ଯେଉଁଥିପାଇଁ ଅନୁସୂଚିତ ଜାତି -ଜନଜାତି ଶ୍ରେଣୀ ର ଶତାଧିକ ଛାତ୍ର ଛାତ୍ରୀ ପ୍ରତିବର୍ଷ ଉଚ୍ଚ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି |ପୂର୍ବରୁ ଜଗତସିଂହପୁର ମୁନିସିପାଲିଟି ଅଧୀନରେ ବସବାସ କରୁଥିବା ଅନୁସୂଚିତ ଜାତି -ଜନଜାତି ସମ୍ପ୍ରଦାୟ ମାନଙ୍କୁ ସରକାର ଭୂମି ଅଧିକାର ନିୟମ ବଳରେ ଜମି ପଟା ପ୍ରଦାନ କରିଛନ୍ତି | ତତସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବାସ ଗୃହ ମଧ୍ୟ୍ୟ ସରକାର ଯୋଗାଇଦେଇଛନ୍ତି | ହେଲେ ଅନୁସୂଚିତ ଜାତି ଜନଜାତି ସମ୍ପ୍ରଦାୟ ଛାତ୍ର ଛାତ୍ରୀ ମାନଙ୍କୁ ଜାତିଗତ ପ୍ରମାଣ ପତ୍ର ଜଗତସିଂହପୁର ତହସିଲଦାର କଣ ପାଇଁ ପ୍ରଦାନ କରୁନାହାନ୍ତି ତାହା ର ପ୍ରତିବାଦ ରେ ଜଗତସିଂହପୁର ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱ ରେ ଶତାଧିକ ଛାତ୍ର ଛାତ୍ରୀ, ଅଭିଭାବକ ଏକ ପ୍ରତିବାଦ ଶୋଭାଯାତ୍ରା ବଜାର ପରିକ୍ରମା କରି ଜଗତସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରେ ବିକ୍ଷୋଭ ପଦର୍ଶନ କରି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





