

ଅନ୍ଧାରି ଗ୍ରାମର ସ୍ଥାନୀୟ ଜାଗା ମାପଚୁପ କୁ ନେଇ ଉପୁଜିଲା ବାଧା।
ଟାଙ୍ଗୀ ଚୌଦ୍ବାର ର ବ୍ଲକ୍, ତହସିଲ ଓ ଚୌଦ୍ୱାର ମୁନିସପାଲିଟି ସର୍ବଦା ଚର୍ଚ୍ଚା ରେ ଦୁର୍ନୀତି ପାଇଁ । ସରକାରୀ ଜମିକୁ ମାଫିଆଙ୍କୁ ପ୍ରଦାନ କରିବାରେ ତହସିଲ ପଛଘୁଞ୍ଚା ଦିଏ ନାହିଁ ବୋଲି ଚର୍ଚ୍ଚା ରେ ସର୍ବଦା । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତପୁର ଅନ୍ଧାରି ଗ୍ରାମରେ । ଏକ ସରକାରୀ ଜମି ଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ ବୋଲି ଦୃଢ ନିଶ୍ଚିନ୍ତ ଥିଲା ଆରଏଣ୍ଡବି ବିଭାଗ । ଅନୁଦାନ ପୂର୍ବରୁ ସରକାରୀ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ବେଳେ ରାସ୍ତାର ସ୍ଥିତାବାସ ସ୍ପଷ୍ଟ ଥିଲା । କିନ୍ତୁ କିଛି ଅସାଧୁ ଜମି ମାଫିଆ ଚଞ୍ଚକତା କରି ଜାଗIର କିସମ ବଦଳାଇ କୋଟି କୋଟି ଟଙ୍କାରେ ବିକିବାର ଯୋଜନା କରୁଛନ୍ତି । ଚର୍ଚ୍ଚାକୁ ଆସୁଛି ୧୧୫୭ ନମ୍ବର ପ୍ଲଟ । କଣ ପାଇଁ ଏହି ଜାଗାକୁ ତହସିଲ ପ୍ରଶାସନ ମାପଚୁପ କରୁଛନ୍ତି ଓ କାହା ସ୍ୱାର୍ଥରେ । ପୂର୍ବରୁ ୧୫୬ ନମ୍ବର ପ୍ଲଟରେ ରାସ୍ତା ଅଛି ଯାହା ଗ୍ରାମବାସୀ ବର୍ଷ ବର୍ଷ ଧରି ବ୍ୟବହାର କରୁଛନ୍ତି । କିନ୍ତୁ ଜମି ମାଫିଆଙ୍କ ଚାପରେ ରାଜନେତା, ବିଭାଗୀୟ ଅଧିକାରୀ ଏହି ପ୍ଲଟ କୁ ବାଦ ଦେଇ ୧୧୫୭ ନମ୍ବର ପ୍ଲଟରେ ରାସ୍ତା ନିର୍ମାଣ କରିବେ ଯାହା ମଧ୍ୟରେ ଅଛି ରେଳ ଲାଇନ ଓ ୧୬ ନମ୍ବର ଜାତୀୟ ରାଜପଥ । ଏହାକୁ ବିରୋଧ କରି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯଦି ଏହାର ସମାଧାନ ନହୁଏ ତେବେ ତହସିଲ ଓ ରାଜପଥ ଅବରୋଧ କରାଯିବ । ମାତ୍ର ଦୁଃଖର ବିଷୟ ଜାଗା କଣ ପାଇଁ ମାପଚୁପ ହେଉଛି ତାର କୌଣସି ଉତ୍ତର ନାହିଁ ରାଜସ୍ବ ଅଧିକାରିଣୀଙ୍କ ପାଖରେ ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍





