
ମିଳିତ ଅମଲା ସଂଘର ଜିଲ୍ଲା ସ୍ତରୀୟ ମିଶନ 4200ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ଆଜି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଏକ ଜରୁରୀକାଳୀନ ରାଜ୍ୟ ସ୍ତରୀୟ ବୈଠକ ମିଶନ 4200 ସ୍ଥାନୀୟ ରେଡ଼କ୍ରସ ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି. ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଙ୍ଘ ଗୋଟିଏ ମାତ୍ର ଦାବି ପୂରଣ ପାଇଁ ଗତ ଏକ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଶାନ୍ତପୁର୍ଣ ଭାବେ ସମଗ୍ର 30ଟି ଜିଲ୍ଲାରେ କରିଆସୁଛି.ଇତି ମଧ୍ୟ ରେ ମୁଖ୍ୟ ଶାସନ ସଚିବ ଅମଲା ସଂଘର ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିବା ପରିପେକ୍ଷୀରେ ଆଜି ସେହି ବିଷୟରେ ଆଲୋଚନା ହୋଇଥିଲା.ଆଜିର ବୈଠକରେ 30ଟି ଜିଲ୍ଲାରୁ ମଞ୍ଚର କର୍ମକର୍ତା ମାନେ ଯୋଗଦେଇଥିଲେ. ଏହି ବୈଠକରେ ମଧ୍ୟ ସରକାରୀ ଦଳର ମୁଖ୍ୟ ସଚେତକ ତଥା ମାନ୍ୟବର ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗଦେଉ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ.ଯେଉଁ ପର୍ଯ୍ୟନ୍ତ ଆମ ଦାବି ସରକାର ପୂରଣ କରି ନାହାନ୍ତି ସେ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଧାରଣରୁ ଓହରିବୁ ନାହିଁ ବୋଲି କହିଛନ୍ତି ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଙ୍ଘର ରାଜ୍ୟ ଆବାହକ ପବିତ୍ର କୁମାର ସେଠି.ସେହିପରି ଏଇଟା ଆମର ପେଟ ପାଟଣା କଥା. ଆମେ ସବୁ ଏକ ତାରିଖରୁ କଳା ବ୍ୟାଚ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଛୁ. ପୁରା ତଳ ସ୍ତରରୁ ବ୍ଲକ ସ୍ତରରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଛି. ସରକାର ଦାବି ନ ଶୁଣିବାରୁ ଆମେ ଆନ୍ଦୋଳନକୁ ଆସିଲୁ. ମୁଁ ଭାବୁଛି ଏଥର ସରକାର ନିଶ୍ଚୟ ଆମ କଥା ବୁଝିବେ ଏବଂ ସରକାର ସ୍ନାତକ ଯୋଗ୍ୟତା ଭିତିରେ 9300ମୂଳ ଦରମା ଏବଂ ଗ୍ରେଡ ପେ 4200ଘୋଷଣା ନ କରିବା ପର୍ଯ୍ୟନ୍ତ ସମୂହ ଛୁଟି ଶାନ୍ତିପୂର୍ଣ ଧାରଣା ସମଗ୍ର ରାଜ୍ୟରେ ଚାଲୁ ରହିବ ବୋଲି କହିଛନ୍ତି ଟ୍ରେଜେରୀ ଅମଲା ସଙ୍ଘର ରାଜ୍ୟ ସଭାପତି ଟଙ୍କଧର କାନୁନଗୋ।
ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ





