୧୯ତମ ଜନ୍ମ ତଥା ଶ୍ରୀରାମ ଚରିତନବାହ୍ଣ ପାରାୟଣ
ତାଳଚେର, ୧୯/୦୪ ମହାପ୍ରଭୂ ଶ୍ରୀ ରାମଚନ୍ଦ୍ର, ସ୍ଥାନେଶ୍ୱରୀ ମା’ହିଙ୍ଗୁଳାଙ୍କ ଅପାରକରୁଣାରୁ ତାଳଚେର ସହର ହାଟତୋଟା ସ୍ଥିତ ଶ୍ରୀଶ୍ରୀ ହନୁମାନ ମନ୍ଦିରରେ ୧୯ତମ ଜନ୍ମତ୍ସବ ତଥା ଶ୍ରୀରାମ ଚରିତନବାହ୍ଣ ପାରାୟଣ ଆଜି ଠାରୁ ୯ଦିନ ବ୍ୟାପୀ ଯଥାବିଧି ସୁସମ୍ପର୍ଣ୍ଣ ହେବ । ଆଜି ରୀତିନୀତି ଅନୁଯାୟୀ ସକାଳୁ ଜଗନ୍ନାଥ ସମ୍ମୁଖ ଚିରୋସ୍ରୋତା ବ୍ରାହ୍ଣଣୀ ନଦୀରେ ପୂଜାର୍ଚ୍ଚନା କରାଯାଇ ଅଭିମନ୍ତ୍ରୀତ ଜଳ ଶତାଧିକ ପୁରୁଷ ଓ ମହିଳାଙ୍କ ଦ୍ୱାରା କଳସରେ ଅଣାଯାଇ ଯଜ୍ଞକୁଣ୍ଡ ନିକଟରେ ରଖାଯାଇଥିଲା । ସନ୍ଧ୍ୟା ସମୟରେ ଓଡ଼ିଶାର ଖ୍ୟାତନାମା ପ୍ରବଚକମାନେ ଆସି ସ୍ରୋତାମାନଙ୍କୁ ଶ୍ରୀରାମ ଚରିତନବାହ୍ଣ ପାରାୟଣର ଅମୃତ କଥା ବଖାଣିବା ସହ ଭକ୍ତମାନେ ଶ୍ରବଣ କରିବାର ସୁଯୋଗ ପାଇବେ । ପଣ୍ଡିତ ସୂର୍ଯ୍ୟକାନ୍ତ ରଥଶର୍ମା, ପଣ୍ଡିତଗୋପାଳ କୃଷ୍ଣ ରାଜଗୁରୁ, ପଣ୍ଡିତ ଡ଼. ଗଣେଶ୍ୱର ସ୍ୱାଇଁ, ମାନସ ବାଚସ୍ପତି ପ୍ରତ୍ୟେକ ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ କରିବା ସହ ସନ୍ଧ୍ୟାରେ ପ୍ରବଚନ ଦିଆଯିବା ନେଇ ଆୟୋଜକ ସୀତାରାମ ପରିଷଦ ପକ୍ଷରୁ କୁହାଯାଇଛି ଓ ଆସନ୍ତା ୨୭ତାରିଖ ପୂର୍ଣ୍ଣାହୂତି, ପ୍ରସାଦ ସେବନର ବ୍ୟବସ୍ଥା କରାଯିବ ।

April 19, 2026/
No Comments


