ବରଗଡରେ ୨୨ ତାରିଖ ଯାଏ ଶିକ୍ଷାନୁଷ୍ଠାନ ଛୁଟି
ବରଗଡ:୧୯/୦୪/୨୦୨୬(ପବିତ୍ର ମେହେର)ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରବିବାର ପ୍ରକାଶିତ ବିଜ୍ଞପ୍ତି (ନଂ-୧୩/ଆରଇଏସ/୨୦୨୬) ଅନୁଯାୟୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଜିଲାର ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ର ଏବଂ ବୈଷୟିକ ଅନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି l ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ଭିତରେ ବରଗଡ଼ ଜିଲ୍ଲାରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବରଗଡ ଜିଲାପାଳ ଆଦିତ୍ୟ ଗୋୟଲ ସ୍କୁଲ, କଲେଜ ଏବଂ ଅଙ୍ଗନଓ୍ବାଡି ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପରୀକ୍ଷା ହେଉଛି ତାହା ଚାଲୁ ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

April 19, 2026/
No Comments


