ରଜ ସଂକ୍ରାନ୍ତି ରେ ଜଗନ୍ନାଥ ମନ୍ଦିର ପରିସରରୁ ନାଗ ଉଦ୍ଧାର
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଜଗନ୍ନାଥ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ମହାପ୍ରଭୁ ଅଣସର ଗୃହ ରେ ଥିବାରୁ ଭକ୍ତଙ୍କ ଭିଡ ନଥିଲା। ସକାଳେ ପୂଜାର୍ଚନା କାଯ୍ୟ ବ୍ୟବସ୍ଥା ଆରମ୍ଭ ସମୟରେ ନାଗ ସାପ ଦେଖିବାକୁ ମିଳିଥିଲା। ମନ୍ଦିର ପରିଚାଳନା କମିଟି ତୁରନ୍ତ ସ୍ନେକ୍ ରେସକ୍ୟୁ ସଦସ୍ୟ ବିଭୂତି ଭୂଷଣ ନାହାକ ଙ୍କୁ ଜଣାଇବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ସାନୁ ଓ ଶିବା ପହଞ୍ଚି ପ୍ରାୟ ସାଢେ ପାଞ୍ଚ ଫୁଟର କୋଳଥିଆ ନାଗ ସାପ ଉଦ୍ଧାର କରି ସଂରକ୍ଷିତ ଜଙ୍ଗଲ ଛଡା ଯିବାର ସୂଚନା ଦେଇଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

