ଶିମିଳିପାଳରେ ଶିକାରୀଙ୍କ ରାଜ ଶିକାରୀ ଗୁଳିରେ ଜୀବନ ହାରିଲେ ବନ କର୍ମଚାରୀ।
ଅସୁରକ୍ଷିତ ଶିମିଳିପାଳ, ସକ୍ରିୟ ଶିକାରୀ। ବନ୍ୟ ଜୀବଜନ୍ତୁ ଶିକାରୀଙ୍କ ଲଲୁପ ଦୃଷ୍ଟିରୁ ତ୍ରାହି ପାଉନଥିବା ବେଳେ ଏବେ ବନ କର୍ମଚାରୀ ମାନେ ମଧ୍ୟ ଅସୁରକ୍ଷିତ। ସାମ୍ନାକୁ ଆସିଛି ଶିକାରୀ ଗୁଳିରେ ବନ କର୍ମଚାରୀ ମୃତ୍ୟୁ ଭଳି ଘଟଣା। ଯାହା ଶିମିଳିପାଳରେ ଅବାଧ ପଶୁ ଶିକାର ଚାଲିଥିବା ସ୍ପଷ୍ଟ କରୁଛି। ଆଉ ଏହାକୁ ରୋକିବାରେ ସମର୍ଥ ହୋଇପାରୁନି ବନ ବିଭାଗ। ଆଉ ଶିକାରୀଙ୍କ ସାମ୍ନା କଲେ ,ଘଟୁଛି ଅଭାବନୀୟ ଘଟଣା। ଶିକାରୀ ଗୁଳିରେ ବାରହାକାମୁଡା ରେଞ୍ଚର ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦା ଙ୍କ ମୃତ୍ୟୁ ଘଟିଛି । ତେବେ ଶୁକ୍ରବାର ରାତି ପ୍ରାୟ ଗୋଟାଏ ସମୟରେ ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ବନବିଭାଗର କର୍ମଚାରୀ ଏବଂ ଶିକାରୀ ତେବେ ଶିକାରୀ ଅଚାନକ ଫାଇରିଙ୍ଗ କରିବାରୁ ଭାରପ୍ରାପ୍ତ ରେଞ୍ଜର ମାଟି ହାଁସଦାଙ୍କ ଛାତିରେ ଗୁଳି ବାଜିଥିଲା।ଘଟଣା ସ୍ଥଳରୁ ଶିକାରୀ ଦଳ ଫେରାର ହୋଇ ଯାଇଥିଲେ | ଗୁରୁତ୍ୱ ଅବସ୍ଥାରେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ତୁରନ୍ତ କରଞ୍ଜିଆ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ହେଲେ ରାତି ପ୍ରାୟ ୨ଟା ୩୦ମିନିଟରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ |
ସେପଟେ ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଏବଂ ବନ ବିଭାଗ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା ପହଁଚିଥିଲେ।ତେବେ ମୃତଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଥିଲେ କ୍ଷେତ୍ର ନିର୍ଦେଶକ ପ୍ରକାଶ ଚନ୍ଦ୍ର ଗଗିନନୀ |
ତାସହିତ କିଛି ଦିନ ପୂର୍ବରୁ ଜଣେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କୁ ଶିକାରୀମାନେ ଏଭଳି ଗୁଳିକରି ହତ୍ୟା କରିବାର ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଚହଳ ସୃଷ୍ଟି କରିଦେଇଛି | ତେବେ ବାରମ୍ବାର ଶିମିଳିପାଳରେ ଏପରି ଶିକାରୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି ପ୍ରଥମେ ବିରଳ କଳା ବାଘ ତାପରେ ଦନ୍ତା ହାତୀ ଆଉ ଏବେ ଜଣେ ନିରୀହ ବନ କର୍ମଚାରୀ ଶିକାରୀଙ୍କ ଗୁଳି ମାଡ଼ରେ ଜୀବନ ଯାଇଛି ହେଲେ ବନବିଭାଗ ନିରବ ନେଇ ଉଠିଛି ପ୍ରଶ୍ନ |
ମୃତକ ବନ କର୍ମଚାରୀ ପରିବାରରୁ ଜଣକୁ ତୁରନ୍ତ ବିଭାଗ ରେ ନିଯୁକ୍ତି ସହ ପର୍ଯ୍ୟାପ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି। ଅନ୍ୟପଟେ ଏଘଟଣାକୁନେଇ ପୋଲିସ ଗୁରୁତର ସହିତ ନେଇ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ କଢ଼ାଉ କରି ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ତିନଟି ବନ୍ଧୁକ ଜବତ କରାଯାଇଛି ସେଥି ମଧ୍ୟରୁ ଦୁଇଟି ଶିକାରୀଙ୍କ ଏବଂ ଗୋଟିଏ ବନବିଭାଗର ବଲି ମୟୁରଭଞ୍ଜ ଜିଲ୍ଲା ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ତା ସହିତ ଏ ଘଟଣା କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାକୁ ନେଇ ପୋଲିସ ଏବଂ ବନବିଭାଗ ଅଧିକ ତଦନ୍ତ କରି ଦଶୀଙ୍କ ବିରଦ୍ଧ ଦୃଢ଼ କାଯ୍ୟନୁଷ୍ଠାନ ନେବେ ବଲି ସୂଚନା ଦେଇଛନ୍ତି |
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ମୟୂରଭଞ୍ଜ ଜିଲ୍ଲା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
